ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

6

ଝାରସୁଗୁଡ଼ା : ଓୟୁଜେ ଦ୍ଵାରା ଅନୁବନ୍ଧିତ ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ ଦିବସ ୨୦୨୬ ଇଞ୍ଜିନିୟରିଂ ସ୍କୁଲ ପ୍ରେକ୍ଷାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି l ସଂଘର ଜିଲ୍ଲା ସଭାପତି ଭୂପାଳ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବର୍ତ୍ତମାନ ସମୟରେ ସୁରକ୍ଷିତ ସାମ୍ବାଦିକତା ଓ ସାମ୍ବାଦିକ ସୁରକ୍ଷା ଆଇନର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା l ଏହାସହ ସାମ୍ବାଦିକତା ଲୋକପ୍ରିୟତା ଓ କର୍ତ୍ତବ୍ୟବୋଧ ଉପରେ ଆଲୋଚନା ହୋଇଥିଲା l ସାଧାରଣ ସମ୍ପାଦକ ସଂଘର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇଥିଲେ l ଏହାସହ ସଂଘ ର ସଦସ୍ୟତା ନବୀକରଣ ପ୍ରକ୍ରିୟା ଆସନ୍ତା ତିନି ଦିନ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଅନୁଷ୍ଠିତ ସଭାରେ ଉପସଭାପତି ପ୍ୟାରେଲାଲ ଶ୍ରୀବାସ୍ତବ, ଉପସଭାପତି ବିଜୟ ସାହୁ, ସମ୍ପାଦକ କୁଞ୍ଜ ବିହାରୀ ପଟେଲ, କୋଷାଧ୍ୟକ୍ଷ ଡିଲେଶ୍ୱର ବାଗ, ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି, ଉମାକାନ୍ତ ପଣ୍ଡା, କୀର୍ତ୍ତି ଚନ୍ଦ୍ର ବହିଦାର, ସୁକାନ୍ତ ସାହୁ, ସୁମନ୍ତ ଶେଖର ବହିଦାର, ପୂର୍ବତନ ସାଧାରଣ ସମ୍ପାଦକ ଭରତ ପାତ୍ର, ଅଜୟ ଶର୍ମା, ରବି ସାହୁ, ବିକ୍ରମ ମହାପାତ୍ର, ସଞ୍ଜୟ ବାହୁବଳେନ୍ଦ୍ର, ଆଶ୍ରିତ ସାହୁ, ନୀଳାମ୍ବର ସାହୁ, କ୍ଷେତ୍ରବାସୀ କରାଳି, ଜିତୁ ସାହୁ ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଯୋଗଦେଇଥିଲେ l

Leave A Reply

Your email address will not be published.