ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ଅଧିକାର, ନ୍ୟାୟ ଓ ସଚେତନତା ପାଇଁ କାମ କରିବାକୁ ନିଷ୍ପତ୍ତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୟୁନାଇଟେଡ୍ ହ୍ୟୁମାନ ରାଇଟ୍ସ ଆଣ୍ଡ ଆଣ୍ଟି କରପସନ କାଉନସିଲ୍ (ୟୁଏଚଆରଏସି), ଗଜପତି ଜିଲ୍ଲା ବୋର୍ଡ ପକ୍ଷରୁ ମାନବାଧିକାର ସୁରକ୍ଷା , ଜନସଚେତନତା ଓ ସଂଗଠନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲା ସଭାପତି ରାହୁଲ ହର , ମହିଳା ସଭାନେତ୍ରୀ ତନୁଜା ଶତପଥୀ , ମହିଳା ଉପସଭାନେତ୍ରୀ ଜସ୍ମିନ୍ ଶେଖ ଏବଂ ରାୟଗଡ଼ା ବ୍ଲକ ସଭାପତି ଉପସ୍ଥିତ ଥିଲେ। ଏଥିସହ ସଂଗଠନର ଅନ୍ୟାନ୍ୟ ପଦାଧିକାରୀଙ୍କ ଭୂମିକା ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ସାଧାରଣ ଲୋକଙ୍କ ମାନବାଧିକାର ସୁରକ୍ଷା , ସମାନତାର ଅଧିକାର , ଆଇନଗତ ସଚେତନତା ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗଠନର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମାଜର ଅବହେଳିତ ଓ ଅସହାୟ ବର୍ଗର ଲୋକଙ୍କ ଅଧିକାରର ସୁରକ୍ଷା ସହ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି କରିବା ଏବଂ ନ୍ୟାୟ ପାଇବାରେ ଲୋକଙ୍କୁ ସହଯୋଗ କରିବା ଦିଗରେ କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା।
ମାନବାଧିକାର ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହ ସଂଗଠନର କାର୍ଯ୍ୟକଳାପକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
ମାନବାଧିକାରର ସୁରକ୍ଷା , ଦୁର୍ନୀତି ବିରୋଧୀ ସଚେତନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ୟୁଏଚଆରଏସି ଆଗାମୀ ଦିନରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।