ଦକ୍ଷିଣ ପୂର୍ବ ରେଳବାଇର ବେପରୁଆ କାର୍ଯ୍ୟକାଳପ : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମାଲ ବୋଝେଇ ଟେମ୍ପୋ ଓ ବାଇକ ଚାଳକ।

0 2

ବସ୍ତା ୩/୫:ବସ୍ତା ରେଳ ଷ୍ଟେସନ ସଂଲଗ୍ନ ରେଳ ଫାଟକରେ ଆଜି ଅଳ୍ପକେ ବର୍ତ୍ତିଲା ପତ୍ର ଥାଳି ବୋଝେଇ ଟେମ୍ପୋ |ରେଳ ଫାଟକ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ତଥା ବେପରୁଆ ଢଙ୍ଗ ଯୋଗୁଁ ଆଜି ଦିନ ଗୋଟାଏ ସମୟରେ ଏକ ପତ୍ର ଥାଳି ବୋଝେଇ ଗାଡି ସିଧା ଫାଟକ ବେରିଗେଟରେ ବାଜି ଅଳ୍ପକେ ଗାଡି ଚାଳକ ଏବଂ ଦୁଇ ଚକିଆ ଯାତ୍ରୀ ବାର୍ତ୍ତିଗଲେ ।ସୂଚନା ଥାଉ କି ଯେ,ଆଜି ଦ୍ବିପ୍ରହର ଗୋଟାଏ ସମୟରେ ଗୋଟିଏ ପତ୍ର ଥାଳି ବୋଝେଇ ଗାଡି ଓ ଡି ୨୨ ଏ ଇ ୨୧୭୭ ଫାଟକ ପାର ହେଉଥିବା ସମୟରେ ପ୍ରଥମ ବେରିଗେଟକୁ ପାରି ହୋଇ ଦ୍ଵିତୀୟ ବେରିଗେଟରେ ପହଁଚିବା ସମୟରେ ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ବେରିଗେଟ ଟିକୁ ଉପର ତଳ କରୁଥିବା ଯୋଗୁଁ ବୋଝେଇ ଗାଡି ସିଧା ବେରିଗେଟରେ ବାଡେଇ ହୋଇଥିଲା। ତତକ୍ଷଣାତ ବେରିଗେଟଟି ଭାଙ୍ଗି ଯାଇ ତଳକୁ ଝୁଲି ପଡ଼ିଥିଲା। ଫାଟକ ପାର ହେଉଥିବା ବାଇକ ଚାଳକ ଏବଂ ବୋଝେଇ ଗାଡିର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ ଏକ ବଡ଼ ଦୁର୍ଘଟଣାରୁ। ବସ୍ତା ଷ୍ଟେସନର ଷ୍ଟେସନ ମାଷ୍ଟର ତଥା ଫାଟକ ମାନଙ୍କରେ ନିଯୁକ୍ତି ହୋଇଥିବା କର୍ମଚାରୀଙ୍କ ମନ ମାନି ଦିନକୁ ଦିନ ଅସହ୍ୟ ହୋଇ ପଡୁଛି |ଅଦରକାରୀ ଭାବେ ଫାଟକ ବନ୍ଦ ରଖିବା,ଫାଟକ ବନ୍ଦ ରଖି କର୍ମଚାରୀ ମୋବାଇଲରେ ଲିପ୍ତ ରହିବା ଭଳି ଦୃଶ୍ୟ ବହୁ ସମୟରେ ଦେଖିବାକୁ ମିଳିଛି |ଅଯଥାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଯାତ୍ରୀ ମାନେ ରାସ୍ତାରେ ଘଣ୍ଟା ଘଣ୍ଟା ଛିଡା ହେବା ନିଶ୍ଚିତ ରୂପେ କଷ୍ଟ ସାଧ୍ୟ ହୋଇଯାଇଛି |ବାରମ୍ବାର ଅଭି ଯୋଗ ହେବା ପରେ ମଧ୍ୟ ଏହା ଉପରେ କର୍ତ୍ତତୃପକ୍ଷର ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.