ବିଜେପୁର:-ଚଳିତ ବର୍ଷର ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକରେ ଖୁସିର ଲହରୀ ଦେଖିବାକୁ ମିଳିଛି। ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଜଣ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ବ୍ଲକ୍ ଟପର ଭାବେ ପରିଚିତ ହୋଇଛନ୍ତି।ଉକ୍ତ ବିଦ୍ୟାଳୟର ଛାତ୍ରୀ ଖୁସି ସାହୁ ୯୨.୫ ପ୍ରତିଶତ ନମ୍ବର ରଖି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଅର୍ଚ୍ଚିତା ପାତ୍ର ୯୦ ପ୍ରତିଶତ ନମ୍ବର ରଖି ସମାନ ଭାବରେ ଉତ୍କୃଷ୍ଟ ସଫଳତା ଅର୍ଜନ କରିଛନ୍ତି। ଉଭୟ ଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତା ବିଦ୍ୟାଳୟର ଶିକ୍ଷା ମାନଙ୍କୁ ପ୍ରତିଫଳିତ କରୁଥିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।ଏହି ସଫଳତା ଅବସରରେ ବିଦ୍ୟାଳୟ ପକ୍ଷରୁ ଦୁଇ ଛାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ ପାଣ୍ଡେ, ପରିଚାଳନା ସମିତିର ସଭାପତି ଗଙ୍ଗାଧର ପ୍ରଧାନ, ସମ୍ପାଦକ ଯଶୋବନ୍ତ ମେହେର ଓ କୋଷାଧ୍ୟକ୍ଷ ସୁଦାମ ସାହୁ ସହିତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଗୁରୁଜୀ ଓ ଗୁରୁମାମାନେ ମଧ୍ୟ ଏହି ଅବସରରେ ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ସମସ୍ତ ଅତିଥି ଓ ଶିକ୍ଷକମାନେ ଛାତ୍ରୀମାନଙ୍କ ଏହି ଉପଲବ୍ଧିକୁ ପ୍ରଶଂସା କରିଥିବା ସହ ତାଙ୍କର ଆଗାମୀ ଶିକ୍ଷାଜୀବନରେ ଆହୁରି ସଫଳତା କାମନା କରିଥିଲେ।ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଦୁଇ ଛାତ୍ରୀଙ୍କ ସଫଳତାରେ ଖୁସି ପ୍ରକାଶ କରି ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଥିଲେ। ଏହି ସଫଳତା ବିଜେପୁର ବ୍ଲକର ଶିକ୍ଷା କ୍ଷେତ୍ରରେ ଏକ ନୂତନ ମାଇଲସ୍ଟୋନ ସୃଷ୍ଟି କରିଛି।
Sign in
Sign in
Recover your password.
A password will be e-mailed to you.