ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ, ବିଭିନ୍ନ ସରକାରୀ ସେବାର ଉପଲବ୍ଧି ନେବାକୁ ପରାମର୍ଶ।

0 2

ଓଡ଼ଗାଁ,୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ କୋର୍ଟ ବାର ଆସୋସିଏସନ କକ୍ଷରେ ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ କମିଟି ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଶ୍ରମିକ ଦିବସ ମେ ମାସ ୧ ତାରିଖରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ ଅଦାଲତର ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦେୱାନୀ ବରିଷ୍ଠ ବିଭାଗ ବିଚାରପତି ରାଜେନ୍ଦ୍ର ପ୍ରସାଦ ଦାସ,ଦେୱାନୀ କନିଷ୍ଠ ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ,ବାର ଆସୋସିଏସନ୍ ସଭାପତି ଆଡଭୋକେଟ ସୁଶାନ୍ତ କୁମାର ମିଶ୍ର,ସମ୍ପାଦକ ଚିରଞ୍ଜିବୀ ଦାଶ,ବରିଷ୍ଠ ଅଧିବକ୍ତା ଗୋବିନ୍ଦ ଚନ୍ଦ୍ର ସାହୁ, ସୁବାଷ ପାତ୍ର, ନାରାୟଣ ନାୟକ,ପୂର୍ଣ୍ଣଚନ୍ଦ୍ର ଦୋରା ପ୍ରମୁଖ ଯୋଗଦେଇ ଉପସ୍ଥିତ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଶ୍ରମିକ ମାନଙ୍କୁ ପଞ୍ଜିକୃତ ଶ୍ରମିକ ମାନଙ୍କ ନିମନ୍ତେ ରହିଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ବିଷୟରେ ବୁଝାଇଥିଲେ। ଏବଂ ସେମାନେ ଏହାର ଉପଲବ୍ଧି ନେବା ନିମନ୍ତେ ପରାମର୍ଶ ଦେଇଥିଲେ।ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ ସଂଯୋଜିକା ଶ୍ରଦ୍ଧାଞ୍ଜଳୀ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.