ଅଂଶୁଘାତରେ ଜୟପାଟଣା ବ୍ଲକ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ – ଅଞ୍ଚଳରେ ଶୋକର ଛାୟା

0 2


ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କୋକସରା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଆରଏଚ୍‌ ସେକ୍ସନରେ ବିପିସି (BPC) ଭାବେ କାର୍ଯ୍ୟରତ ଚନ୍ଦନ ସାହୁ (୪୧)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସ୍ୱର୍ଗତ ସାହୁ କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ସହଦେବ ସାହୁଙ୍କ ପୁଅ ଥିଲେ।
ସୂଚନା ଅନୁଯାୟୀ, ୩୦ ତାରିଖରେ ଅଫିସ କାମ ସରିବା ପରେ ସେ ଜୟପାଟଣାରୁ ନିଜ ଗ୍ରାମ ଚିକିଲିକୁ ମଟରସାଇକେଲରେ ଫେରୁଥିବା ବେଳେ ପ୍ରବଳ ଖରାରେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ କିଛି ସମୟ ପାଇଁ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଘରକୁ ଆଣାଯାଇଥିଲା।
କିନ୍ତୁ ସନ୍ଧ୍ୟାବେଳେ ପୁଣି ତାଙ୍କ ଶାରୀରିକ ଅବସ୍ଥା ଅବନତି ହେବାରୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜୁନାଗଡ଼ର ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲା। ସମସ୍ତ ପ୍ରୟାସ ସତ୍ତ୍ୱେ ମଧ୍ୟ ରାତି ସାଢ଼େ ଗୋଟାଏ ବେଳେ ତାଙ୍କର ପରଲୋକ ଘଟିଥିଲା। ସମ୍ପର୍କୀୟମାନଙ୍କ କହିବା ଅନୁଯାୟୀ, ତାଙ୍କୁ ଅଂଶୁଘାତ ଜନିତ ଚିକିତ୍ସା ହିଁ କରାଯାଉଥିଲା।
ସ୍ୱର୍ଗତ ଚନ୍ଦନ ସାହୁ ଜଣେ ନିଷ୍ଠାବାନ ଓ କର୍ମଠ ଅଧିକାରୀ ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଦକ୍ଷିଣୀ ଶୌଣ୍ଢିକ ମହାସଂଘ ସହିତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜୟପାଟଣା ବ୍ଲକରେ ତାଙ୍କର କାର୍ଯ୍ୟଶୈଳୀ ଓ ନିଷ୍ଠା ପାଇଁ ସେ ସମସ୍ତଙ୍କ ନଜରରେ ବେଶ୍ ପ୍ରିୟ ଥିଲେ।
ତାଙ୍କର ପୈତୃକ ଗ୍ରାମ ଚିକିଲିରେ ଆଜି ଆତ୍ମୀୟ-ସ୍ୱଜନ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏପରିକି, ତାଙ୍କ ପରିବାରକୁ ସମସ୍ତ ସରକାରୀ ସହଯୋଗ ସହିତ ଅଂଶୁଘାତ ଜନିତ ମୃତ୍ୟୁ ପାଇଁ ଯଥାୟୋଗ୍ୟ କ୍ଷତିପୂରଣ ଦେବାକୁ ଦକ୍ଷିଣୀ ଶୌଣ୍ଢିକ ମହାସଂଘ କଳାହାଣ୍ଡି ଓ ଟିଟିଲାଗଡ଼ ସବ୍‌ଡିଭିଜନ ପକ୍ଷରୁ ଦାବୀ କରାଯାଇଛି।

Leave A Reply

Your email address will not be published.