ଭୁବନେଶ୍ୱର: ଶେଷରେ ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା ନାରାୟଣଙ୍କ ମାନଭଞ୍ଜନ କରିବାରେ ସଫଳ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ବରଗଡ଼ରେ ପାଣି ପିଆଇବାକୁ ଆଣ୍ଟ ଭିଡିଥିବା ଧର୍ମେନ୍ଦ୍ର ବାବୁ ତାଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହୋଇଥିବା ନାରାୟଣଙ୍କୁ ନିଜର ଉପସ୍ଥିତ ବୁଦ୍ଧି, କୌଶଳ ଓ ସମ୍ବଳ ଜରିଆରେ ହଟାଇ ଦେଇ ପାରିଛନ୍ତି ` ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥୀତ୍ବ କୁ ବିରୋଧ କରି ଗତକାଲି ନିଆଁ ଓଗାଳିଥିବା ନାରାୟଣ ଆଜି ଲାଙ୍ଗୁଡ଼ ଯାକିବାକୁ ବାଧ୍ୟ ହୋଇଛନ୍ତି ` ଧର୍ମେନ୍ଦ୍ରଙ୍କ ଏହି ଚାଲ ବିଜେଡି ପାଇଁ ନିହାତି ଭାବେ ଚିନ୍ତା ବଢ଼ାଇ ଦେଇଛି `
ଗତକାଲି ନାରାୟଣ କହିଥିଲେ ଯେ ଅଶୋକ ବିଜେପିରେ ଯୋଗଦେବାକୁ ବିରୋଧ କରୁନୁ , ହେଲେ ତାଙ୍କ ପ୍ରାର୍ଥୀତ୍ବ କୁ ସମର୍ଥନ କରି ପାରିବୁନି ଓ ସ୍ଥାନୀୟ ବିଜେପି କର୍ମକର୍ତା ଙ୍କ ପ୍ରତି ବିଶ୍ୱାସଘାତକତା କରିପାରିବୁନି ` ହେଲେ ଆଜି ଭୁବନେଶ୍ୱର ଠାରେ ଏକାନ୍ତ ବୈଠକ ପରେ ତାଙ୍କ ଟାଣ ସ୍ୱର ନର୍ମ ହୋଇଯାଇଛି ଆଜି କହିଛନ୍ତି ଯେ ଯାହା ଦଳ ନିଷ୍ପତି ନେବା ସେ ମାନି ନେବେ. ହେଲେ କାଲି ସେ ଜାଣି ନଥିଲେ ଦଳ(ଧର୍ମେନ୍ଦ୍ର) ନିଷ୍ପତି ନେଇସାରିଛନ୍ତି ଯେ ଅଶୋକଙ୍କୁ ବିଜେପି ପ୍ରାର୍ଥୀ କରିବେ ବୋଲି !
ଆଜି ବୈଠକ ପରେ ବୈଠକ ପରେ ନାରାୟଣ କହିଛନ୍ତି-“ବିଜେପିରେ କୌଣସି ଅସନ୍ତୋଷ ନାହିଁ। ଦାୟିତ୍ୱ ମୁକ୍ତ ହେବା ପାଇଁ ରାଜ୍ୟ ସଭାପତିଙ୍କୁ କହିଥିଲି। ମାତ୍ର ସେ ମନା କରିଦେଲେ। ମୋ’ ଉପରେ ଆସ୍ଥା ଓ ବିଶ୍ୱାସ ରଖିଥିବାରୁ ମୁଁ ରାଜ୍ୟ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଦେଉଛି। ମୁଁ ବିଜେପି ଅଛି ଓ ଆଗକୁ ରହିବି। ଏପରିକି ବିଜେପି ପାଇଁ କାମ କରିବି। ଆଗାମୀ ଉପନିର୍ବାଚନରେ ବିଜେପୁରରେ ବିଜେପିର ବିଜୟ ହେବ । ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ କଥା ଉଠି ନାହିଁ। ବିଜେପୁର ପାଇଁ ପ୍ରାର୍ଥୀ ଚୟନ ସଂସଦୀୟ ବୋର୍ଡ଼ କରିବ। ବିଜେପି ସଂସଦୀୟ ବୋର୍ଡ ଯେଉଁ ନିଷ୍ପତ୍ତି ନେବ, ତାକୁ ସମସ୍ତେ ମାନିବୁ। ଆମେ ସମସ୍ତେ ବିଜେପିର କାର୍ଯ୍ୟକର୍ତ୍ତା। ଏଠି କୌଣସି ବ୍ୟକ୍ତି ବଡ଼ ନୁହେଁ।”
ନାରାୟଣଙ୍କ ମାନଭଞ୍ଜନ ପାଇଁ ବିଧାୟକ ଦଳ ନେତା କେ.ଭି. ସିଂହଦେଓଙ୍କ ଘରେ ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସଭାପତି ବସନ୍ତ ପଣ୍ଡା କହିଛନ୍ତି-“ଆମ ଭିତରେ କୌଣସି ଅସନ୍ତୋଷ ନାହିଁ। ପାରିବାରିକ ଓ ଶାରୀରିକ ଅସୁସ୍ଥତା କାରଣରୁ ଜିଲ୍ଲା ସଭାପତି ଦାୟିତ୍ୱ ମୁକ୍ତ ହେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କୁ ମୁଁ ମନା କରିଥିଲି। ବିଜେପୁରରେ କିଏ ପ୍ରାର୍ଥୀ ହେବେ ତାହା କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ।”
ହେଲେ ପଶ୍ଚିମ ଓଡିଶା ର ଟାଣୁଆ ନେତା ସୁରେଶ ପୂଜାରୀ ସକାଳେ ଗଣମାଧ୍ୟମକୁ କହିଥିଲେ ଯେ, ନାରାୟଣ ସାହୁ ଦଳର ଜଣେ ସମର୍ପିତ ଓ ଶୃଙ୍ଖଳିତ ସଦସ୍ୟ । ଦୀର୍ଘ ୨୫ ବର୍ଷ ଧରି ସେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ବିଜେପୁର ପାଇଁ ସେ ଯୋଗ୍ୟ ପ୍ରାର୍ଥୀ । ତେବେ ବିଜେପି ଏ ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥୀ ଚୂଡାନ୍ତ କରିନି । ଦଳର କୋର୍ କମିଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି । ଅନ୍ୟପକ୍ଷରେ ଅଶୋକଂକୁ ଆଣିବା ପ୍ରସଙ୍ଗ ଉପରେ ବି ବରଦଦା ରୁ ସଂସଦ ପ୍ରାର୍ଥୀ ହୋଇ ଅଳ୍ପ ଭୋଟ ରେ ପରାଜିତ ହୋଇଥିବା ସୁଭାଷ ଚୌହାନଙ୍କୁ ମଧ୍ୟ ବିଶ୍ୱାସକୁ ନିଆଯାଇନାହିଁ. ଆଉ ସେ ଜାଣିଛନ୍ତି ଯେ ବରଗଡ଼ ଜିଲ୍ଲା ରେ ନାରାୟଣ ଜଣେ କାମିକିଆ ଉତ୍ସର୍ଗୀତ ନେତା. ଗତ ବିଧାନସଭା ନିର୍ବାଚନରେ ବିଜେପି ଯେଉଁ ୩୧୦୦୦ ଭୋଟ ପାଇଥିଲା ତାହା ହେଉଛି ଲୋକାଲ ଳେତାଙ୍କ ସାଙ୍ଗଠନିକ ଦକ୍ଷତା ଏହିରେ ବିଜେପି ରାଜ୍ୟ ନେତାଙ୍କ ପଇସାକର ଅବଦାନ ନାହିଁ. ତେଣୁ ସ୍ଥାନୀୟ ନେତା ଝାଳ ରକ୍ତ ନିଗାଡ଼ି ସଂଗଠନ କରିବେ, ଠିକଣା ସମୟରେ ଉଡ଼ା ଚଢେଇ ଆସି ସେମାନଙ୍କ ବସାକୁ ନେଇ ଚାଲିଯିବେ. ବିଜେପୁର ରେ ଅନୁରୂପ ଅବସ୍ଥା. ସଂଗଠନ କଲେ ମୂଳ ବିଜେପି କରମୀ ଓ ନେତା, ହେଲେ ଏବେ ବାଇ ଇଲେକସନ ବେଳକୁ ବିଜେଡ଼ରୁ ତଡାଖିଆ ନେତଣୁ ରାଜ୍ୟ ନେତୃତ୍ୱ ଆଣି ମୁଣ୍ଡରେ ବସାଇବେ.! ଏଭଳି ପରିସ୍ଥିତି ରେ ସୁଭାଷ ବି ଅଶୋକଙ୍କ ନିଷ୍ପତିରେ ଅସନ୍ତୁଷ୍ଟ ` `
ଅଶୋକଙ୍କ ପ୍ରାର୍ଥୀତ୍ୱକୁ ସେ କୌଣସି ହାଲତରେ ସମର୍ଥନ କରିବେ ନାହିଁ ବୋଲି ସୁବାସଙ୍କର ଜଣେ ଖାସ୍ ଅନୁଗତ କହିଛନ୍ତି । ଖାଲି ସୁବାସ ନୁହଁନ୍ତି, ଦଳର ଅନେକ ବରିଷ୍ଠ ନେତା ନାରାୟଣଙ୍କ ସପକ୍ଷରେ ଯୁକ୍ତି ରଖିଛନ୍ତି । ଦଳରେ ନାରାୟଣ ଜଣେ ନିଷ୍ଠାପର କର୍ମୀ ଏବଂ ତାଙ୍କ ଭଳି କର୍ମୀଙ୍କୁ ବଳି ପକାଇ ଘରଡିଆଁଙ୍କୁ କୋଳେଇଲେ ସ୍ୱଂୟ ଭଗବାନ ଆମକୁ ସହିବେ ନାହିଁ ବୋଲି ସେମାନେ କହିଛନ୍ତି ।
ସେପଟେ ବିଜେପୁରରେ ଦଳୀୟ କର୍ମୀଙ୍କଠାରୁ ସହାନୁଭୂତି ପାଉଛନ୍ତି ନାରାୟଣ । ତାଙ୍କ ସପକ୍ଷରେ ଏକ ଅନୁକମ୍ପାର ମାହୋଲ ସୃଷ୍ଟି ହୋଇଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ବିଜେପି ଏକ ଗଣତାନ୍ତ୍ରିକ ଦଳ। ସ୍ଥାନୀୟ ଶାଖାରେ କୌଣସି କଥାକୁ ନେଇ ମତାନ୍ତର ଦେଖାଦେଇଥିଲା। ତାକୁ ଆମେ ଘରେ ବସି ସମାଧାନ କରିଛୁ। ବିଜେଡିକୁ ପରାସ୍ତ କରିବା ପାଇଁ ଆମେ ସଙ୍କଳ୍ପବଦ୍ଧ। ଆଗାମୀ ଦିନରେ ବଡ଼ ଲଢ଼େଇ ବିଜେପୁରରୁ ଆରମ୍ଭ ହେବ।”
ଯଦିଓ ଆଜି ନାରାୟଣଙ୍କୁ ଯେନତେନ ପ୍ରକାରେଣ ଚାପଗ୍ରସ୍ତ କରାଇ ମନାଇନେଲେ, ହେଲେ ଗଣମାଧ୍ୟମ କୁ ବାଇଟ ଦେଲାବେଳେ ତାଙ୍କ ମନରେ ହରସ ନଥିଲା. ଲାଗୁଥିଲା ସେ କିଛି ଚାପରେ ବା ଭିନ୍ନ ପ୍ରକାରେ ପ୍ରଭାବିତ ହୋଇ ନାଇଁ କୁ ହାଁ କହିଛନ୍ତି । ହେଲେ ତୃଣମୂଳସ୍ତର ରେ ବିଜେପି କର୍ମୀମାନେ ଅସନ୍ତୁଷ୍ଟ ଅଛନ୍ତି ଅଶୋକଙ୍କ ଦଳରେ ପ୍ରବେଶକୁ ନେଇ ।` ହେଲେ ଦେଖାଯାଉ ଆଗକୁ କଣ ହେଉଛି ।