ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ର ଜାନିଗୁଡ଼ା ଓ ଜାନିଗାଁ ଏକ ପାହାଡିଆ ଆଦିବାସୀ ବହୁଳ ଗ୍ରାମ , ଏହି ଗ୍ରାମରେ ରହୁଥିବା ଛାତ୍ର ଛାତ୍ରୀ ବହୁ କଷ୍ଟକରି ବିଦ୍ୟାଳୟ କୁ ଯିବାଆସିବା କରନ୍ତି।
ରାସ୍ତା ନଥିବାରୁ ରୋଗୀମାନେ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି , ମୁଖ୍ୟତଃ ଗର୍ଭବତୀ ମହିଳା ମାନେ ରାତି ଅଧରେ ରାସ୍ତା ନଥିବାରୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଏହି ପରିପକ୍ଷେ ଆଜି ଗ୍ରାମବାସି ଏକତ୍ର ହୋଇ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କ ଜରିଆରେ ମୁଖ୍ୟ ଯନ୍ତ୍ରୀ (ରାସ୍ତା) ନିର୍ମଳ ଦାସ ଙ୍କ ସହ ସାକ୍ଷାତ କରି ଲିଖିତ ଭାବେ ଜଣାଇଥିଲେ ଓ ପାରଳାଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଦିଲୀପ ବେହେରା ଙ୍କ ସହ ମଧ୍ୟ ଟେଲିଫୋନ ମାଧ୍ୟମରେ ଆଲୋଚନା କରାଯାଇଥିଲା।
ମୁଖ୍ୟ ଯନ୍ତ୍ରୀ ଶ୍ରୀ ଦାସ ଏହି ରାସ୍ତା କାର୍ଯ୍ୟ ଅତି ଶୀଘ୍ର କରାଯିବ ବୋଲି ସେ ଜଣାଇଥିଲେ। ମୁଖ୍ୟ ରାସ୍ତା ଠାରୁ ଜାନିଗାଁ ୫ କିଲୋମିଟର ରାସ୍ତା ନିର୍ମାଣ ହେଲେ ଶିକ୍ଷା ସ୍ବାସ୍ଥ୍ୟ ଓ ଗମନାଗମନ ର ବହୁ ସୁବିଧା ହେବବୋଲି ସ୍ଥାନୀୟ ଲୋକେ ଜଣାଇଛନ୍ତି। ମୁଖ୍ୟ ଯନ୍ତ୍ରୀ ଙ୍କ ସାକ୍ଷାତ ସମୟରେ ବିଧାୟକ ସମେତ ସ୍ଥାନୀୟ ୱାଡ ମେମ୍ବର ଜବଲ୍ ରଇତ , ପୁର୍ବତନ ସରପଞ୍ଚ ଅପୂଲ୍ ନାୟିକା , ୱାଡ ମେମ୍ବର ଜୁସେବ ରଇତ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.