ଜଗତସିଂହପୁର,ତା-୨୯.୦୪.୨୦୨୬/ସୁମନ୍ତକୁମାରଦାସ: ଜଗତସିଂହପୁର-()ଉତ୍କଳ ସାମ୍ବାଦିକ ସଂଘ ,ଓଡିଶା ଡାକରା ବୁଧବାର ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ୬ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା । ଜିଲା ସାମ୍ବାଦିକ ସଂଘ ସଭାପତି ମନୋଜ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରୁ ପ୍ରାୟ ୮୦ଜଣ ସାମ୍ବାଦିକ ଏହି ଧାରଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଜିଲ୍ଲା ସଂଘ ସମ୍ପାଦକ ମାନସ କୁମାର କାନୁନଗୋ, ରାଜ୍ୟ ସମ୍ପାଦକ ରାଧାକାନ୍ତ ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ରାମଚନ୍ଦ୍ର ମହାନ୍ତି,ସିଦ୍ଧାର୍ଥ ଦାସ, ରମାକାନ୍ତ ପରିଜା, କୋଷାଧ୍ୟକ୍ଷ ତାପସ ସ୍ୱାଇଁ, ସଙ୍ଗଠନ ସମ୍ପାଦକ ଅମରଜ୍ୟୋତି ସାହୁ, ସୁଜନ କୁମାର ମୁଦୁଲି, ଶ୍ରୀବତ୍ସ ଲାଞ୍ଚନ ପାଢ଼ୀ, ଦେବଜ୍ୟୋତି ମହାନ୍ତି, ଚନ୍ଦ୍ରକାନ୍ତ ଦାସ, ସୁଧାଂଶୁ ଶେଖର ପାଢ଼ୀ,ଦୀପକ ମହାନ୍ତି, ସୁରେଶ ନାୟକ,ଅସ୍ମିତା ମହାନ୍ତି,ଗୋଲାପ ସ୍ୱାଇଁ,ପ୍ରଚେତ ଚେତନ ମହାନ୍ତି, କାର୍ତ୍ତିକ ଚନ୍ଦ୍ର ବେହେରା, ବିଭୂତି ଭୂଷଣ ମଲ୍ଲ, ପ୍ରମୁଖ ଙ୍କ ସାହୁ ବହୁ ବରିଷ୍ଠ କର୍ମକର୍ତା,ସଦସ୍ୟ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଦେଇଥିଲେ । ଏଥିରେ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଲାଗୁ କରିବା, ପେନସନ ଦେବା, ସ୍ଵାସ୍ଥ୍ୟ ବୀମା ରାଶି ବୃଦ୍ଧି କରିବା, ସହାୟତା ରାଶିକୁ ୧୦ଲକ୍ଷ କରିବା, ପ୍ରେସ ଏକାଡେମୀ ଗଠନ ଆଦି ଦାବି ଉପସ୍ଥାପନ କରାଯାଇ ଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆ ଯାଇଥିଲା । ନିଜେ ଜିଲ୍ଲାପାଳ ଜେ. ସୋନାଲ ଆନ୍ଦୋଳନ ସ୍ଥଳକୁ ଆସି ସାମ୍ୱାଦିକ ମାନଙ୍କ ସହ ଆଲୋଚନା କରିଥିଲେ ଦାବିପତ୍ର ଗ୍ରହଣ କରିଥିଲେ । ଆସନ୍ତା ମେ ମାସ ୧ତାରିଖ ଦିନ ସାରା ଜିଲାରେ ସାମ୍ବାଦିକ ମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.