କେନ୍ଦ୍ରାପଡା:29,04,26(ପ୍ରଫୁଲ୍ଲ କୁମାର ମଲ୍ଲ) ବାଲିଆ ଠାରୁ ଜହ୍ନିମୂଳ ଗ୍ରାମକୁ ସଂଯୋଗ କରୁଥିବା ୨୦ ନମ୍ବର ପାଟନାଳୀ ପୋଲ ନିର୍ମାଣ କାର୍ଯ୍ୟରେ ନିମ୍ନମାନର କାମ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପୋଲ ନିର୍ମାଣ କାର୍ଯ୍ୟରେ ବିଭାଗୀୟ ଅଧିକାରୀମାନଙ୍କର ନିୟମିତ ତଦାରଖ ନଥିବାରୁ ଠିକାଦାର ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲ କାର୍ଯ୍ୟରେ ନିର୍ମାଣ ମାନ ରକ୍ଷା କରାଯାଉନଥିବା ସହ ବିଭିନ୍ନ ପର୍ଯ୍ୟାୟର କାମରେ ଅବହେଳା ଦେଖାଯାଉଛି। ବିଶେଷ କରି ରାତି ସମୟରେ ପ୍ରାୟତଃ କାମ ଚାଲୁଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ରାତିରେ କାମ ହେବା ଫଳରେ ଗୁଣବତ୍ତା ଯାଞ୍ଚ ହେଉନଥିବାରୁ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ଉଠିଛି।ଅଭିଯୋଗ ଅନୁସାରେ, କାର୍ଯ୍ୟସ୍ଥଳରେ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀଙ୍କ ଉପସ୍ଥିତି ପ୍ରାୟ ଦେଖିବାକୁ ମିଳୁନଥିବାରୁ ଠିକାଦାର ମନମୁଖୀ ଭାବରେ କାମ ଚଳାଇ ଆସୁଛନ୍ତି। ଏପରି ଅବସ୍ଥାରେ ନିର୍ମାଣ ଗୁଣବତ୍ତା ଓ ପୋଲର ଦୀର୍ଘସ୍ଥାୟୀତ୍ୱ ନେଇ ସ୍ଥାନୀୟ ଲୋକ ଚିନ୍ତା ପ୍ରକାଶ କରିଛନ୍ତି।ଏହି ପୋଲ ବାଲିଆ ଓ ଜହ୍ନିମୂଳ ମଧ୍ୟରେ ପ୍ରମୁଖ ସଂଯୋଗ ମାଧ୍ୟମ ହେବାକୁ ଥିବାବେଳେ ନିମ୍ନମାନର କାମ ଭବିଷ୍ୟତରେ ବଡ଼ ବିପଦ ଡାକି ଆଣିପାରେ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଘଟଣାର ତଦନ୍ତ କରି ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.