ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ପୁରାତନ ଛାତ୍ରସଂସଦ ଦ୍ୱାରା ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ମହାରାଜା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତିଙ୍କର ୧୩୫ତମ ଜୟନ୍ତୀ ସ୍ଥାନୀୟ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ପୁରାତନ ଛାତ୍ରସଂସଦ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ରସଂସଦର ସଭାପତି ନ୍ରୁସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ , ଡ. ଶଂକର ପ୍ରସାଦ ବକ୍ସି , ଆଶାଲତା ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ।
ବକ୍ତାମାନେ ଏହି ପୁରାତନ ମହାବିଦ୍ୟାଳୟରେ ପାରଳା ମହାରାଜାଙ୍କ ଆଶୀର୍ବାଦରୁ ବିଭିନ୍ନ ଉଚ୍ଚ ପଦପଦବୀରେ ପ୍ରତିଷ୍ଠା ଲାଭ କରିଥିବାରୁ ଏହି ଅନୁଷ୍ଠାନ ପ୍ରତି ଅନୁରାଗ ବ୍ୟକ୍ତ କରିଥିଲେ। ପାରଳା ମହାରାଜା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତିଙ୍କ ନୂତନ ଓଡିଶା ଗଠନରେ ଶ୍ରେଷ୍ଠ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଆ ବିଭାଗର ମୁଖ୍ଯ ଡ.ବିପ୍ଲବରଂଜନ ପ୍ରଧାନ ନିଜର ମନ୍ତବ୍ୟ ରଖିଥିଲେ। ଶେଷରେ ଭୂଗୋଳ ବିଭାଗର ମୁଖ୍ୟ ପୁଲକ ଚନ୍ଦ୍ର ଫିଲିପ୍ସ ଧନ୍ଯବାଦ ଅର୍ପଣ କରିଥିଲେ।
ଏହି ସମାବେଶରେ ବକ୍ତ୍ରୁତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଏହାକୁ ପୁରାତନ ଛାତ୍ରସଂସଦର ସମ୍ପାଦକ ଆଦର୍ଶ ଦାସ ତଥା ଅନ୍ୟାନ୍ୟ ସଦସ୍ଯ ମାନେ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ପୁରାତନ ତଥା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.