ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ “ନାରୀ ଶକ୍ତି ବନ୍ଦନ” ଉପଲକ୍ଷେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ସଭାପତିତ୍ୱ କରିଥିଲେ।
ଏହି ଅବସରରେ ମାନ୍ୟବର ବିଜେପି ରାଜ୍ୟ ଉପସଭାପତି ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ, ନାରୀ ଶକ୍ତିକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ, ନାରୀ ବନ୍ଦନ ବିଲ୍ ଭାରତୀୟ ରାଜନୀତିରେ ଏକ ଐତିହାସିକ ପଦକ୍ଷେପ, ଯାହା ମହିଳାମାନଙ୍କୁ ନିଷ୍ପତ୍ତି ଗ୍ରହଣ ମଞ୍ଚରେ ସୁଦୃଢ଼ ଭୂମିକା ଦେବ।
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡଃ ଜ୍ୟୋତି ପାଣିଗ୍ରାହୀ ମଧ୍ୟ ଏହି ବିଲ୍ର ଗୁରୁତ୍ୱ ବିଷୟରେ ମତ ପ୍ରକାଶ କରି କହିଥିଲେ ଯେ, ଏହା ନାରୀଙ୍କ ପାଇଁ ସମାନ ଅଧିକାର ଓ ସୁଯୋଗ ସୃଷ୍ଟିରେ ଏକ ମାଇଲସ୍ଟୋନ୍ ସାବିତ ହେବ।
ପୂର୍ବତନ ଜିଲ୍ଲା ସଭାପତି ଦେବେଦ୍ର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନମିତା ସାହୁ ଓ ଡ଼. ଜ୍ୟୋତି ପାଣିଗ୍ରାହୀ ମହିଳା ସଶକ୍ତିକରଣ ଓ ରାଜନୀତିରେ ସେମାନଙ୍କ ସହଭାଗିତା ବଢ଼ିବା ଉପରେ ଜୋର ଦେଇଥିଲେ। ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କାଞ୍ଚନ ବାଗ ଓ ଜିଲ୍ଲା ଉପ ସଭାନେତ୍ରୀ ସନ୍ତୋଷୀ ଦାସ ଓ ନିରୁପମା ନାଏକ ନାରୀଙ୍କ ଅଧିକାର ସୁନିଶ୍ଚିତ କରିବାରେ ଏହି ବିଲ୍ର ପ୍ରାସଙ୍ଗିକତା ଉପସ୍ଥାପନ କରିଥିଲେ।
ସେହିପରି ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ରୁପେଶ ଜେନ, ଜୟଶଙ୍କର ନାଏକ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଷି, ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା ଓ ହିମାଂଶୁ ପଣ୍ଡା, ମିଡ଼ିଆ ସେଲ ସଂଯୋଜକ ନରହରି ପଟ୍ଟନାୟକ ଓ ନଗର ସଭାପତି ଚିତ୍ତରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.