ନବରଙ୍ଗପୁର ତା ୨୪.୪.୨୦୨୬: ଅଶୋକ ସାହୁ,ସହର ସ୍ଥିତ ଶୁଭ ଅଭିନନ୍ଦନ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ ପାଳନ ହୋଇଯାଇଛି।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ବିଶିଷ୍ଟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ସମସ୍ତଙ୍କୁ ସ୍ବାଗତ କରିବା ସହ ଜାତୀୟ ପଞ୍ଚାୟତିରାଜ ଦିବସ ର ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଗ୍ରାମସଭା ନିଷ୍ପତିକୁ ସମ୍ମାନ ଦେଉଛନ୍ତି ଏବଂ ପ୍ରତ୍ୟେକ ଯୋଜନାର ଲାଭ ଯେଭଳି ଅଧିକରୁ ଅଧିକ ହିତାଧିକାରୀ ମାନଙ୍କୁ ମିଳିବ ତାହା ପ୍ରୟାସ କରୁଛନ୍ତି ବୋଲି କହିଥିଲେ।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ତପନ କୁମାର ଖୁଣ୍ଟିଆ ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏସ ଡ଼ବ୍ଲୁ ଓ ଦ୍ରପୌଦି କହଁର, ଡି ପି ସି (ମିଶନଶକ୍ତି) ନିରଞ୍ଜନ ଟାଙ୍ଗାରାଙ୍ଗା,ଡି ପି ଓ ପଦ୍ମନାଭ ତ୍ରିପାଠୀ,ଶର୍ମିଷ୍ଠା ଦେଓ ,ବି ଡି ଓ ନବରଙ୍ଗପୁର ସୁନିଲ ଖରା,ତହସିଲଦାର ଭୋଳେଶ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ସମସ୍ତେ ଦେଖିଥିଲେ। ଏହି ଅବସରରେ ଇ – ପଞ୍ଚାୟତ ସଭା( ଜିଲ୍ଲା ପରିଷଦ ) ପୋର୍ଟାଲ ଏବଂ ପଞ୍ଚାୟତି ରାଜ – ସମୀକ୍ଷା ପୋର୍ଟାଲ କୁ ଶୁଭ ଉନ୍ମୋଚନ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅନ୍ତର୍ଜାତୀୟ ମାନକୀକରଣ ସଂଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଜିଲ୍ଲାର ୧୯ ଟି ଗ୍ରାମ ପଞ୍ଚାୟତ କୁ ମାନପତ୍ର ପ୍ରଦାନ ସହ ନବରଙ୍ଗପୁର ବ୍ଳକ୍ ର ୨୬ ଜଣ ନୂତନ ସାମାଜିକ ସୁରକ୍ଷା ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ।ନୂତନ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୧୦ ଜଣ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିଥିଲେ। ଅନ୍ତୋଦୟ ଗୃହ ଯୋଜନା ୨୦୨୬-୨୭ରେ ଜିଲ୍ଲାରେ ବ୍ଲକ୍ ମାନଙ୍କରେ ୧୮୯୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ହୋଇଥିବାବେଳେ ନବରଙ୍ଗପୁର ୧୧୧ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।ସେଭଳି ନବରଙ୍ଗପୁର ବ୍ଲକର ଗ୍ରାମୀଣ ଆବାସ ଗୃହ ଯୋଜନାରେ ୮ ଜଣ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ୫ ଟି ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭାରେ ଅଙ୍ଗନବାଡି କର୍ମୀ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ,ସୁଭଦ୍ରା ମା ,ସରକାରୀ ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post