
ବେଲଗୁଣ୍ଠା-୨୩/୪-(ଶିବରାମ ଚୌଧୁରୀ )-: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରିପଲ୍ଲୀ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ପୋଲିସ ଉଭୟ ପକ୍ଷରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୂଚନା ଅନୁଯାୟୀ, ଗତ ୨୧ ଓ ୨୨ ତାରିଖ ମଧ୍ୟରାତ୍ରିରେ କେବିରିପଲ୍ଲୀ ଗ୍ରାମର ଦୁଇ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ଉଗ୍ର ରୂପ ନେବା ସହ ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା। ଦୀର୍ଘ ୮ ବର୍ଷର ପୁରୁଣା ଶତ୍ରୁତା ଯୋଗୁଁ ଏହି ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି।ଗ୍ରାମର ଦିଲୀପ କୁମାର ବିଷୋୟୀଙ୍କ ଅଭିଯୋଗ କ୍ରମେ ବେଲଗୁଣ୍ଠା ଥାନା କେସ୍ ନଂ ୧୯୦/୨୬ ରୁଜୁ ହୋଇଛି। କାର୍ତ୍ତିକ ପରିଡ଼ା ଓ ତାଙ୍କ ଭାଇ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷରୁ କାର୍ତ୍ତିକ ପରିଡ଼ା କାତିରେ ଆକ୍ରମଣ ହୋଇଥିବା ନେଇ ପାଲଟା ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୧୯୧/୨୬ ରୁଜୁ କରିଛି। ଉଭୟଙ୍କ ଅଭିଯୋଗ ଆଧାରରେ ଆଜି ବେଲଗୁଣ୍ଠା ପୋଲିସ ଏହି ଘଟଣାରେ କାର୍ତ୍ତିକ ପରିଡ଼ା (୩୨),ଶୁକ୍ରୁ ପରିଡ଼ା
ବାଳକୃଷ୍ଣ ସ୍ୱାଇଁ (୫୨),ଦିଲୀପ କୁମାର ସ୍ୱାଇଁ (୫୦)ଙ୍କୁ ଗିରଫ କରିଛି ।ଗିରଫ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଭଞ୍ଜନଗର ଏସ୍ ଡି ଜେ ଏମ୍ କୋର୍ଟକୁ ଚାଲାଣ କରାଯାଇଛି। ବିଏନଏସ ର ବିଭିନ୍ନ ଧାରା ଅନୁଯାୟୀ ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.