ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ବିଜେପି ସରକାରଙ୍କର ଗଳାର ମାଳି ହୋଇଛି : ନାରୀ ନ୍ୟାୟ ବାହିନୀ

3

ଭୁବନେଶ୍ୱର ତା. ୨୫.୧୧- ବାଘମାରୀ ଅଞ୍ଚଳରେ ଗତ ୧୮ ତାରିଖ ଦିନ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲର ସଖୀ ସେଣ୍ଟରରେ ଚିକିତ୍ସିତ ହେଉଥିବା ପିଡ଼ିତାକୁ ଭେଟିବାକୁ ନାରୀ ନ୍ୟାୟ ବାହିନୀର ଆବାହକ ପ୍ର (ଡ) ଗାୟତ୍ରୀ ବିଶ୍ୱାଳ ଏବଂ ଅନ୍ୟ ସଦସ୍ୟା ଶେଫାଳି ଶର୍ମା, ସୂର୍ଯ୍ୟସ୍ମିତା ପଣ୍ଡା, ସଂଯୁକ୍ତା ବେହେରା ଯାଇ ପିଡ଼ିତା ଏବଂ ପିଡ଼ିତାଙ୍କ ପରିବାରକୁ ଭେଟିଥିଲେ । ସଖୀ ସେଣ୍ଟରର ଆଡମିନଷ୍ଟେଟରଙ୍କୁ ମଧ୍ୟ ଭେଟିଥିଲେ । ପିଡ଼ିତା କିମ୍ବା ତାଙ୍କ ପରିବାରର କେହି ବି କିଛି କହିବାକୁ ମନା କରିଦେଇଥିଲେ ।
ଆବାହକ ଡ ବିଶ୍ୱାଳ କହିଛନ୍ତି, ପିଡ଼ିତା ଏବଂ ତାଙ୍କ ପରିବାରକୁ ନଜରବନ୍ଦୀ କରି ରଖାଯାଇଛି । ସେମାନଙ୍କ କୌଣସି ପ୍ରକାର ତଥ୍ୟ ପ୍ରଦାନ କରିବାପାଇଁ ବାରଣ କରାଯାଇଛି । ଏହି ଘଟଣାକୁ ପ୍ରସାର ନକରିବାକୁ ସରକାରଙ୍କର ଏହା ଏକ ଅଭିନବ କୌଶଳ । ସରକାରଙ୍କର ଏଭଳି ଅତ୍ୟାଚାରକୁ ନାରୀ ନ୍ୟାୟ ବାହିନୀ ଘୋର ନିନ୍ଦା କରୁଛି । ବାଘମାରୀ ଥାନାର ଜଣେ କନେଷ୍ଟବଳ ପିଡ଼ିତାଙ୍କ ପାଖରେ ଉପସ୍ଥିତ ଥିଲେ । ତାଙ୍କ ପରିବାର ମଧ୍ୟ କେସ କରିବାକୁ ମନା କରିଦେଇଥିଲେ । ସଖୀ ସେଣ୍ଟରର ଆଡମିନ ଷ୍ଟେଟର ମଧ୍ୟ କିଛି କହିବାକୁ ମନା କରିଦେଇଥିଲେ । ସତେ ଯେମିତି ସମସ୍ତଙ୍କ ନଜରବନ୍ଦୀ ଏବଂ ଭୟଭୀତ ଅବସ୍ଥାରେ ରଖାଯାଇଛି ।
ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇନାହିଁ । ତଦନ୍ତରେ ପୋଲିସ ଅବହେଳା କରୁଛି ଏବଂ ପିଡ଼ିତାକୁ କୌଣସି କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ ।
ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ପିଡ଼ିତାକୁ ନ୍ୟାୟ ଏବଂ ଆଇନ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ନାରୀ ନ୍ୟାୟ ବାହିନୀ ତରଫରୁ ଦାବି କରାଯାଇଛି ।

Leave A Reply

Your email address will not be published.