ଜାତୀୟ ସବ୍‌ଜୁନିଅର କବାଡ଼ି ପ୍ରତିଯୋଗିତା,ଓଡ଼ଗାଁରୁ ୩ ଛାତ୍ରଛାତ୍ରୀ ମନୋନୀତ

3

ଓଡ଼ଗାଁ,୨୫।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିଘୋରରୁ ୩ଜଣ ଛାତ୍ରଛାତ୍ରୀ ଜାତୀୟସବ୍ ଜୁନିୟର କବାଡ଼ି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ଚଳିତ ମାସ ୨୭ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ହେବାକୁ ଥିବା ୩୫ତମ ସବ୍‌ ଜୁନିୟର ନ୍ୟାସନାଲ କବାଡ଼ି ଚାମ୍ପିୟାନସିପ ପ୍ରତିଯୋଗୀତାରେ ଖେଳାଳି ମାନେ ଭାଗ ନେବେ । ଗତ ୧୧ତାରିଖରେ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଓଡ଼ଗାଁ ବ୍ଲକ୍‌ର ବାଳିକାମାନେ ବାଜିମାତ କରି ରାଜ୍ୟସ୍ତରକୁ ଉନ୍ନିତ ହୋଇଥିଲେ । ଏମାନେ ରାଜ୍ୟସ୍ତରରେ ଉଚ୍ଚ ମାନର କ୍ରିଡ଼ା ପ୍ରଦର୍ଶନ କରି ଜାତୀୟସ୍ତରରେ ଖେଳିବାର ସୁଯୋଗ ହାସଲ କରିଛନ୍ତି । ରାଜ୍ୟରୁ ୧୪ଜଣ ଖେଳାଳି ଜାତୀୟସ୍ତରକୁ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ନନ୍ଦିଘୋରର ବୁଲୁ ପରିଡ଼ାଙ୍କ ଝିଅ ସୋନାଲି ପରିଡ଼ା, ପ୍ରଶାନ୍ତ ପାଲଙ୍କ ଝିଅ ନନ୍ଦିନୀ ପାଲ ଓ ବାଲୁଙ୍କି ପରିଡ଼ାଙ୍କ ପୁଅ ସ୍ବାଗତ ପରିଡ଼ା ସୁଜୋଗ ହାସଲକରିଛନ୍ତି । ୩ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ପ୍ରଥମେ ବିଦ୍ୟାଳୟ ସ୍ତରରେ ଅଭ୍ୟାସ କରି ବ୍ଲକ୍‌ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ଦେବୀ ପ୍ରସାଦ ଦାଶ ଛାତ୍ରଛାତ୍ରୀଙ୍କୁ କବାଡ଼ି ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜାତୀୟ ସବ୍ ଜୁନିୟରସ୍ତରରେ ଖେଳିବା ପାଇଁ ଦୁଇଜଣ ଝିଅ ଓ ଜଣେ ପୁଅ ମନୋନୀତ ହୋଇଥିବାରୁ ଓଡ଼ଗାଁ ଅଞ୍ଚଳର କ୍ରୀଡ଼ାପ୍ରେମୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଅଭିଭାବକ ମାନଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି। ବିଶେଷ କରି ଓଡ଼ଗାଁର ଖେଳ ମଣିଷ ଦିବାକର ନାୟକ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ଉତମ କ୍ରିଡ଼ା ପ୍ରଦର୍ଶନ ଓଡ଼ଗାଁ ପାଇଁ ଗୈ।ରବ ଆଣିବେ ବୋଲି ଦୃଢ ଆଶା ରଖିଛନ୍ତି ।

Leave A Reply

Your email address will not be published.