ଓଡ଼ଗାଁ,୨୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ପଥରା ଛକଠାରେ ୨ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଚାଳକ ଜଣକ ଓଡ଼ଗାଁ ପାଇକ ସାହିର ଶୁଭେନ୍ଦୁ ଦଳବେହେରାଙ୍କ ପୁଅ ଦିଲ୍ଲୀପ୍ ଦଳବେହେରା (୩୦) । ସୋମବାର ଅପରାହ୍ନରେ ଦିଲ୍ଲୀପ୍ ଖଲି ଆଣିବା ନିମନ୍ତେ ସାଙ୍ଗରେ ଅନ୍ୟ ଜଣକୁ ବସାଇ ପଥରା ନିକଟ ଆଦିବାସୀ ଗାଁ ନୋତରପଲ୍ଲୀକୁ ଯାଇଥିଲେ । ସେଠାରୁ ଖଲିଧରି ଫେରୁଥିବା ବେଳେ ଭଞ୍ଜନଗର ମୂଖ୍ୟ ସଡକକୁ ପ୍ରବେଶ କରିବା ସମୟରେ ଓଡ଼ଗାଁ ପଟରୁ ଦୃତ ଗତିରେ ଆସୁଥିବା ଅନ୍ୟ ଏକ ବାଇକ୍ ଦୀଲ୍ଲୀପର ବାଇକକୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚାଳକ ଦୀଲ୍ଲୀପର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସହଯାତ୍ରୀ ଜଣକ ଛିଟିକି ଯାଇ ଘାସ ଉପରେ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ସ୍ଥଳରୁ ଦୀଲ୍ଲୀପକୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଆନୁଷ୍ଠାନିକ ଭାବେ ମୃତ୍ୟୁ ଘୋଷଣା କରିଥିଲେ । ଏବଂ ଦୀଲ୍ଲୀପର ପରିବାର ଲୋକେ ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଶବ ଜବତ କରିଥିଲେ । ପରେ ବ୍ୟବଛେଦ କରାଇ ପରିବା ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପ୍ରକାଶ ଥାଉକି ୩ ଦିନରେ ୩ ଯୁବକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଓଡ଼ଗାଁ ଅଞ୍ଚଳରେ ଏବେ ଚହଳ ପକାଇ ଦେଇଛି । ଶନିବାର ସନ୍ଧ୍ୟାରେ ମିଜୋରାମ ଠାରେ ଏକ ସଡ଼କ ଦୁର୍ଘଟଣାରେ ଓଡ଼ଗାଁ ଥାନା କୁରାଳ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ୨୧ ତାରିଖ ଶୁକ୍ରବାର ଡହଙ୍ଗୀ ଠାରେ ଭିନ୍ନ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଆଖି ଆଗରେ ନାଚି ଚାଲିଥିବା ବେଳେ ସୋମବାର ଅପରାହ୍ନ ପ୍ରାୟ ୪ ବେଳେ ଓଡ଼ଗାଁ ଏନ୍ଏସି ପାଇକ ସାହିର ଦୀଲ୍ଲୀପ ଦଳବେହେରାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।ଏକମାତ୍ର ରୋଜଗାରକ୍ଷମ ମୃତ ଦୀଲ୍ଲୀପର ୩ ଓ ୫ ବର୍ଷ ବୟସ ୨ ଛୁଆଙ୍କ ଭବିଷ୍ୟତ ଗଠନର ଦାଇତ୍ୱ ଏବେ ପରିବାର ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି ।
Sign in
Sign in
Recover your password.
A password will be e-mailed to you.