କୁମାରୀ ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର

2

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିକୁଆଁରୀ ଗୁଣ ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଘୃତକ଼ୁମାରୀ ରସ ଲଗାଇଲେ ଅପକ୍ଵ ବ୍ରଣ , ଭାତୁଡ଼ି, ଅର୍ଶ, ଚର୍ମରୋଗ, ଆଲର୍ଜି, ଦାହ, ଜ୍ୱର ଓ ଅନାର୍ତ୍ତବ ଭଲ ହୁଏ।ପନ୍ଦର ଗ୍ରାମ ଲେଖାଏଁ ଖାଇଲେ କୃମି, ମୂତ୍ରକୃଚ୍ଛ୍ର, ଯକୃତ ପ୍ଲୀହା ରୋଗ,ଅନାର୍ତ୍ତବ, ସାମାନ୍ୟ ଦୁର୍ବଳ, ଶୁକ୍ର ଦୁର୍ବଳ, ଉପଦଂଶ, ପୁରୁଣା ଜ୍ୱର, ଚକ୍ଷୁ ଲାଲ ହେବା ଭଲହୁଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ ଶିବିର ପରିଚାଳନାରେ କେ. ବାଳକୃଷ୍ଣ ପାତ୍ର ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରରେ ଅନୁଷ୍ଠିତ ହେଉଛି ଏହାର ସୁଯୋଗ ନେବା ପାଇଁ ଡ଼l. ନକୁଳ ସାହୁ ଅନୁରୋଧ କରିଛନ୍ତି।ଫୋନ 9861450612 |

Leave A Reply

Your email address will not be published.