ପଦ୍ମପୁର: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ର ୪୧ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉଦଯାପିତ ହୋଇଯାଇଛି। ଆଜି ପ୍ରାତଃ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ଜମରତଲା ହାଇସ୍କୁଲ ଶ୍ରୀଯୁକ୍ତ ରାଜେଶ ଖମାରୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଆଜିର କ୍ରୀଡ଼ାକୁ ଆରମ୍ଭ କରିଥିଲେ । ଆଜି ଶିଶୁ ବାଟିକା ବିଭାଗ ର ଖେଳ ଗୁଡିକ ବେଶ ଚିତ୍ତାକର୍ଷକ ଥିଲା।ଉଦ୍ଯାପନୀ ଉତ୍ସବରେ ଶିକ୍ଷା ବିକାଶ ସମିତି ଓଡିଶା ର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଖଗେଶ୍ବର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରି ଶିଶୁମାନେ ନିଜକୁ ଖେଳାଳୀ ମନୋଭାବ ରଖି ବିଶ୍ବ ସ୍ତରରେ ନାମ ରଖିବାର ପ୍ରୟାସ ଜାରି ରଖିବା ପାଇଁ ମାର୍ଗଦର୍ଶନ କରିଥିଲେ l ଶେଷରେ ଧ୍ଵଜା ଅବରୋହଣ କରି କାର୍ଯ୍ୟକ୍ରମକୁ ସମାପନ ଘୋଷଣା କରିଥିଲେ। ସମ୍ମାନୀତ ଅତିଥି ଭାବରେ ଟାଉନ ହାଇସ୍କୁଲ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରମଣି ସାହୁ, ଶିକ୍ଷା ବିକାଶ ସମିତି ବିଦ୍ଵତ୍ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା, ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ,,ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପଧାନ, ସମାଜସେବୀ ନିରୋଜ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶାରୀରିକ ପ୍ରମୁଖ ପ୍ରଦୀପ ରାଜହଂସ ବୃତ୍ତ କଥନ କରିଥିଲେ।ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା l ଉକ୍ତ କ୍ରୀଡ଼ା ସମାରୋହରେ ୭୯ ଟି ପ୍ରତିଯୋଗିତାରେ ୨୫୨ ଜଣ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ଖେଳାଳୀ ଭାବରେ ବାଳ ବର୍ଗ ରୁ ଡୁଲେଶ୍ଵରୀ ନାଗ ଓ କିଶୋର ବର୍ଗ ରୁ ଶେଫାଳୀ ପ୍ରଧାନ ପୁରସ୍କୃତ ହୋଇଥିଲେ l ମାତୃଭାରତୀ ଓ ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.