ଓଡଗାଁ,୨୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ଠାରେ ରବିବାର ୭୮ ତମ ଏନସିସି ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକ ସକାଳେ ଏନସିସି ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ଆଜିର ଜଟିଳ ସମୟରେ କ୍ୟାଡେଟମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସୂଚାଇଥିଲେ।ଶପଥ ପାଠ ପରେ ପୂର୍ବରୁ କ୍ୟାଡେଟମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଜଳପାନ ବିରତି ପରେ ୫୦ ଜଣ କ୍ୟାଡେଟଙ୍କ ସହ ପଥ ପ୍ରଦର୍ଶକ ଏନସିସି ଅଧିକାରୀ ଶିକ୍ଷକ ପ୍ରସନ୍ନ କୁମାର ପାଣିଗ୍ରାହୀ ସାଇକେଲରେ ୮ କିମି ଦୂର ଯାଇ କୁରାଳ ପଞ୍ଚୁ ତୁଳସୀ ସଂଗ୍ରହାଳୟ ବୁଲି ଦେଖିବା ସହିତ କୁରାଳ ସରକାରୀ ଡାକ୍ତରଖାନା ପରିସର ସଫେଇ କରିଥିଲେ।ଡାକ୍ତରଖାନାର କର୍ମଚାରୀ ଏବଂ ସଂଗ୍ରହାଳୟର ତତ୍ତ୍ଵବଧାରକ ଶିବ ପ୍ରସାଦ ଖଟେଇଙ୍କ ଆତିଥ୍ୟତା ଗ୍ରହଣ ପରେ ସମସ୍ତେ ପୁଣି ସାଇକେଲରେ ଫେରିଥିଲେ।ଏହା ଏକ ଆନନ୍ଦଦାୟକ ଅନୁଭୂତି ଥିଲା ବୋଲି କ୍ୟାଡେଟ ମାନେ ମତ ବ୍ୟକ୍ତ କରିଥିଲେ।
Sign in
Sign in
Recover your password.
A password will be e-mailed to you.