ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଆଜି ସମର ଶିକ୍ଷାର୍ଥୀ ବାହିନୀ (NCC) ର ୭୮ତମ ଦିବସ ଗମ୍ଭୀରତାପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି। ଏନ୍ସିସି ଦିବସକୁ ସାଫଲ୍ୟମୟ କରିବା ପାଇଁ ଏନ୍ସିସି ତତ୍ତ୍ୱାବଧାନକାରୀ ଡ଼ଃ ଚିନ୍ମୟ ସାହୁଙ୍କ ନେତୃତ୍ୱରେ କର୍ମସୂଚୀର ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମିଶ୍ର ପତାକା ଉତ୍ତୋଳନ କରି କହିଥିଲେ ଯେ— “ଏକତା, ଅନୁଶାସନ ଓ ଦେଶ ନିର୍ମାଣରେ ଏନ୍ସିସି କ୍ୟାଡେଟମାନଙ୍କ ଯୋଗଦାନ ଅମୂଲ୍ୟ।”
ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ସ୍ମୀତି ମଣ୍ଟି ବିଶି ଉପସ୍ଥିତ ଥିଲେ।
ଆଲୋଚନା ଚକ୍ରରେ ଯୁବଶକ୍ତିର ମହତ୍ତ୍ୱ ଏନ୍ସିସି ଦିବସ ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ ଲିଜା ପଧାନ, ମାନସ ମିର୍ଦ୍ଧା, ନୀତିଶ ନନ୍ଦ, ପ୍ରଭାତ ସାହୁ, ସ୍ମୃତି ସାହୁ ଆଦି କ୍ୟାଡେଟମାନେ ଯୁବଶକ୍ତି ଓ ଦେଶ ଗଢ଼ାରେ ଏନ୍ସିସିର ଭୂମିକା ବିଷୟରେ ମତ ରଖିଥିଲେ।
ଚିତ୍ତରଞ୍ଜନ ପଶାୟତ, ସୋନାଲି ରାଣୀ ଦାଶ, ମାନସ ମହାପାତ୍ର, ଭେଙ୍କଟେଶ୍ବର ସାହୁ ଆଦି କ୍ୟାଡେଟମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଅନୁଷ୍ଠାନକୁ ଜୀବନ୍ତ କରିଥିଲେ।
ଉଚ୍ଚ ବିଦ୍ୟାଳୟର ଏନ୍ସିସି ଅଫିସର ରୂପକ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବିଜେପୁର ମହାବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ଏନ୍ସିସି ୟୁନିଟ୍ ମିଳିତ ଭାବେ ୧୧୦ ଜଣ କ୍ୟାଡେଟଙ୍କ ସହ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଜେପୁର ସହର ପରିକ୍ରମା ସମୟରେ ଏକତା, ଅନୁଶାସନ ଓ ଦେଶପ୍ରେମ ସନ୍ଦେଶ ପ୍ରଚାରିତ କରାଯାଇଥିଲା।ଏହି ଶୋଭାଯାତ୍ରାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ମାନସ ମହାପାତ୍ର, ରୁଦ୍ର ପ୍ରତାପ ମେହେର, କିରନ ସାହୁ, ପୁନମ ପାଇକ, ପୂଜା ଜାଳ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post