ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଆଜି ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଏନ ସି ସି ଦିବସ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ତତ୍ୱାବଧାନରେ ପାଳନ ହୋଇଯାଇଛି। ଏହି ଦିବସକୁ ପ୍ରଧାନ ଶିକ୍ଷୟିତ୍ରୀ ଏନ ସି ସି ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ଏନ ସି ସି ର ଲକ୍ଷ୍ୟ ଓ ମହତ୍ତ୍ୱ ବିଷୟରେ ଉଦବୋଧନ ଦେଇଥିଲେ। ଏନ ସି ସି ସେକଣ୍ଡ ଅଫିସର ସୁମନ୍ତ କୁମାର ସେଠୀଙ୍କ ତତ୍ୱାବଧାନରେ କେଡେଟ ମାନଙ୍କ ଦ୍ୱାରା ଏକ ରାଲି କରି ସହର ପରିକ୍ରମା କରିଥିଲେ। ଏହି ରାଲିରେ ୪୮ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଯୁବ ସାମ୍ବାଦିକ ନାରାୟଣ ପଣ୍ଡା ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.