ପୋଲିସ୍ ଡିଜି ଙ୍କ ଭଞ୍ଜନଗର ଗସ୍ତ ସହିତ ଅତ୍ୟାଧୁନିକ ବ୍ୟାୟାମ ଶାଳାର ଉଦଘାଟନ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡିଶା ରାଜ୍ୟ ପୁଲିସ୍ ମୁଖୁଆ ଆଜି ଭଞ୍ଜନଗର ଗସ୍ତ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି। ପୁଲିସ୍ ଡି.ଜି ୱାଇ ବି ଖୁରାନିଆ ବୌଦ୍ଧ ଓ କନ୍ଧମାଳ ଗସ୍ତ ସାରିଥିବା ବେଳେ ଆଜି ଅପରାହ୍ନରେ ଭଞ୍ଜନଗର ଠାରେ ପହଞ୍ଚିଥିଲୋ ବନ ବିଭାଗ ବିଶ୍ରମାଗାରରେ ପହଞ୍ଚିବା ପରେ ସେଠାରେ ବିଭାଗର ବରିଷ୍ଠ ଅକାରୀଙ୍କ ସହ ବିଭିନ୍ନ ଦିଗ ନେଇ ଆଲୋଚନା ହୋଇଥିଲା ତାଙ୍କ ସହ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା ଆସିଥିବା ବେଳେ, ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନୀତି ଶେଖର, ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ, ଏସଡିପିଓ ଡ. ଦିପକ କୁମାର ମିଶ୍ର ପ୍ରମୁଖ ଏଠାରେ ଉପସ୍ଥିତ ରହିଥିଲେ । ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ମାଓ ଗତିବିଧ୍ ନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ଜଣାପଡିଥିବା ବେଳେ ଆଗାମୀ ଦିନରେ ଏହାକୁ ଦମନ କରିବା ନେଇ ପୁଲିସ୍ ପକ୍ଷରୁ ବ୍ୟପକ ପଦକ୍ଷେପ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଥିବା ଜଣାପଡିଛି। ଏହାପରେ ଡିଜି ତନରଡା ସ୍ଥିତ ଅଷ୍ଟମ ଭାରତ ସ୍ୱତନ୍ତ୍ର ସଂରକ୍ଷିତ ବାହିନୀ କେନ୍ଦ୍ର ପରିଦର୍ଶନକୁ ଯାଇଥିଲେ । ସେଠାରେ ବାଟାଲିୟନ ବୁଲିବା ସହ ସେଠାରେ ଏକ ଅତ୍ୟାଧୁନିକ ବ୍ୟାୟମଶାଳାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇଜି, ଏସ୍‌ପିଙ୍କ ସହ ଦୁର୍ଗପତି ସୁଧାକର ମିଶ୍ର, ଉପଦୁର୍ଗପତି ଲଲିତ କୁମାର ବାଘ ପ୍ରମୁଖ ଉପସ୍ଥିତ ଥିବାର ଦେଖାଯାଇଥିଲା।

Leave A Reply

Your email address will not be published.