ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେନଟିଭି ଅ୍ୟାଣ୍ଡ ସୋସିଆଲ୍ ମେଡିସିନ୍ ,ଓଡିଶା ରାଜ୍ୟ ଶାଖା ୨୦୨୫ ଦୁଇ ଦିନିଆ କାର୍ମଶାଳା

3

କଟକ ତା ୨୨-୧୧-୨୦୨୫ ରିଖ(ରଞ୍ଜିତ ମହାପାତ୍ର) ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେନଟିଭି ଅ୍ୟାଣ୍ଡ ସୋସିଆଲ୍ ମେଡିସିନ୍ (IAPSM),ଓଡିଶା ରାଜ୍ୟ ଶାଖା ୨୦୨୫ ଦୁଇ ଦିନିଆ କର୍ମଶାଳା ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜର ସେଣ୍ଟ୍ରାଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୂଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ।ଏସିବି ମେଡିକାଲ୍ କଲେଜ୍, କଟକର ସମୁଦାୟ ଚିକିତ୍ସା ବିଭାଗ ଦ୍ୱାରା ଏହି କର୍ମଶାଳା ଆୟୋଜନ କରାଯାଇଛି।ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ“ନବୀକରଣ ଗୋଷ୍ଠିସ୍ଥଳୀ ସ୍ୱାସ୍ଥ୍ୟ କାର୍ଯ୍ୟସ୍ଥଳରେ ଉତ୍ପାଦକତା ଓ ସୁସ୍ୱାସ୍ଥ୍ୟ ବୃଦ୍ଧି” ବିଷୟବସ୍ତୁ ।
ଏହି ସମ୍ମିଳନୀରେ ରାଜ୍ୟ ସହିତ ସମଗ୍ର ଦେଶରୁ ପ୍ରାୟ ୩୦୦ ସମୁଦାୟ ଚିକିତ୍ସା ଚିକିତ୍ସକ,ପବ୍ଲିକ୍ ସ୍ବାସ୍ଥ୍ୟ ଉଦ୍ଯୋଗୀ,ବିଜ୍ଞାନୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ସେଠୀ କହିଛନ୍ତି ନୀତିନିର୍ଦ୍ଦେଶକ, ଗବେଷକ,ଶିଳ୍ପ କ୍ଷେତ୍ରର ହିତଧାରୀ ଓ ସ୍ୱାସ୍ଥ୍ୟ ପେଷାଦାରମାନଙ୍କୁ ଏକ ମଞ୍ଚରେ ଆଣିବା,ଯାହା ଭାରତର ଗୋଷ୍ଠିସ୍ଥଳୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କୌଶଳ ଆଣି ପାରିବ।ଏହି କର୍ମଶାଳାରେ ଏସିବି ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୁଧୀର କୁମାର ପରିଡ଼ା,ଏନ୍ ବାଲ ଶୁଭ୍ରମନ୍ଯୁମ,ଏସ ଆର୍ ଏମ ଏମ୍ ସିଏଜି କଳାହାଣ୍ଡି ପ୍ରଫେସର ଡାକ୍ତର ଡିନ୍ ଆଣ୍ଡ ଅଧ୍ୟକ୍ଷ କୃଷ୍ଣ କର,ଏସିବି ମେଡିକାଲ କଲେଜର ଅଧୀକ୍ଷକ ପ୍ରଫେସର ଡାକ୍ତର ଗୈାତମ କୁମାର ଶତପଥୀ,କମ୍ୟୁନିଟ ମେଡିସିନ ଆଇଏମ ଏସ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ଵର ପ୍ରଫେସର ଡାକ୍ତର ସୁମିତ୍ରା ପଟ୍ଟନାୟକ,ପ୍ରଫେସର ମନୀଷ କୁମାର ସିଂ, ଏସସିବି ମେଡିକାଲ କଲେଜର ସହଯୋଗୀ ପ୍ରଫେସର ଡାକ୍ତର ଦେବୀ କଲ୍ୟାଣ ମିଶ୍ର ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

Leave A Reply

Your email address will not be published.