କାଶିଆ ମାଇନ୍ସକୁ କଳିଙ୍ଗ ଏକ୍ସିଲେନ୍ସ ସେଫ୍ଟି ଆଓ୍ୱାର୍ଡ

3

ଭୁବନେଶ୍ୱର: ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲର କାଶିଆ ମାଇନ୍ସକୁ କଳିଙ୍ଗ ଏକ୍ସିଲେନ୍ସ ଆଓ୍ୱାର୍ଡରେ ସମ୍ମାନିତ କରାଯାଇଛି। ୨୦୨୪ରେ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅବଦାନ ପାଇଁ ପ୍ଲାଟିନମ ବର୍ଗରେ ଏହି ସମ୍ମାନ ମିଳିଛି। ଆଇକ୍ୟୁଇଏମଏସ ପକ୍ଷରୁ ଆୟୋଜିତ ଷୋଡ଼ଶ ଜାତୀୟ ନିରାପତ୍ତା ସମ୍ମେଳନ- ୨୦୨୫ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମାନ୍ୟବର ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ମାନ୍ୟବର ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ପୁରସ୍କାର ଗ୍ରହଣ କରିବା ଅବସରରେ ଜିନ୍ଦଲ ଷ୍ଟିଲ- ବିକେଟିଆର କ୍ଲଷ୍ଟର ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର ଏହି ସମ୍ମାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ସମସ୍ତ ନିରାପତ୍ତା ନିୟମର କଠୋର ଅନୁପାଳନ ଜିନ୍ଦଲ ଷ୍ଟିଲର ଅଭିନ୍ନ କର୍ମସଂସ୍କୃତି। ଏକ ସୁରକ୍ଷିତ ଓ ନିରାପଦ କାର୍ଯ୍ୟକ୍ଷେତ୍ରକୁ ସୁନିଶ୍ଚିତ କରିବା ସହିତ ନିରାପତ୍ତାର ଉଚ୍ଚମାନକକୁ ବଜାୟ ରଖିବା ପାଇଁ ଜିନ୍ଦଲ ଷ୍ଟିଲ ସର୍ବଦା ପ୍ରତିଶ୍ରୁତିବଦ୍ଧ।”


ଏଠାରେ ସୂଚନା ଯୋଗ୍ୟ, ଜିନ୍ଦଲ ଷ୍ଟିଲ ସର୍ବଦା ନିରାପତ୍ତାକୁ ନିରନ୍ତର ଭାବେ ପ୍ରାଥମିକତା ଦେଇଆସିଛି। ନିୟମିତ ସୁରକ୍ଷା ସମୀକ୍ଷା, କର୍ମଚାରୀଙ୍କୁ ତାଲିମ, ଅତ୍ୟାଧୁନିକ ସୁରକ୍ଷା ପ୍ରଯୁକ୍ତି କୌଶଳର ପ୍ରୟୋଗ ଦ୍ୱାରା ନିରାପତ୍ତାକୁ ସୁନିଶ୍ଚିତ କରାଯାଉଛି। ଯେ କୌଣସି ଅପ୍ରତ୍ୟାଶିତ ଘଟଣାକୁ ମୁକାବିଲା କରିବା ପାଇଁ ମଜଭୁତ ଆପତକାଳୀନ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଏହା ଦ୍ୱାରା ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ସୁନିଶ୍ଚିତ ହୋଇପାରିଛି।

 
Leave A Reply

Your email address will not be published.