ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି।
ଏହି ଦିବସରେ ଶ୍ରୀଯୁକ୍ତ ନିରୋଦ ଚନ୍ଦ୍ର ନାୟକ , ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ , ଅତିରିକ୍ତ ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ପୃଥ୍ୱୀରାଜ ମଣ୍ଡଳ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀଯୁକ୍ତ ଏମ.ପ୍ରକାଶ ରାଓ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଜପତି , ଜିଲ୍ଲା ପ୍ରକଳ୍ପ ପରିଚଳକା , ଓଡ଼ିଶା ଜୀବିକା ମିଶନ , ମିଶନ ଶକ୍ତି ଶ୍ରୀ ତିମନ ବାରା , ପ୍ରଭାରୀ ଅଧିକାରୀ , ଜିଲ୍ଲା ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ ପ୍ରାଣୀ ଚିକିତ୍ସା ବିଭାଗ ଗଜପତି ଡାକ୍ତର ଆଲୋକ ପ୍ରଭା ସାମନ୍ତରାୟ ଓ ସହକାରୀ ପ୍ରଫେସର ଅରବିନ୍ଦ ଉପାଧ୍ୟାୟ,ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ ପ୍ରମୁଖ ମଞ୍ଚାସିନ ଥିଲେ।
ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ଗଜପତି ଜିଲ୍ଲାରେ ଛୋଟ ବଡ଼ ଜଳାଶୟ ଥିବାରୁ ମାଛ ଚାଷ କରିବା ପାଇଁ ବହୁତ ଉପଯୋଗୀ ରହିଛି। ମାଛ ଏକ ଲାଭ ଜନକ ଚାଷ ଏଥି ନିମନ୍ତେ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଏଣୁ ଗଜପତି ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀମାନେ ଅଧିକରୁ ଅଧିକ ମାଛ ଚାଷ କରି ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସେହିପରି ନିଜେ ମାଛ ଚାଷ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନତା କରି ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିପାରିବେ। ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କଲେ ମାଛ ଚାଷୀ ଭାଇମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଏହି ଦିବସରେ ମାଛ ଚାଷ ଓ ଜାଆଁଳା ଉତ୍ପାଦନ କ୍ଷେତ୍ରରେ ବୈଜ୍ଞାନିକ ପଦ୍ଦତିରେ କିପରି ଚାଷ କରିପାରିବ ସେଥି ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀମାନେ ଚାଷୀ ଭାଇ ଭଉଣୀମାନଙ୍କୁ ବୁଝାଇ ଥିଲେ।
ଏହି ଅବସରରେ ଜିଲ୍ଲାର ଚାରି ଜଣ ସଫଳ ମାଛ ଚାଷୀ ତଥା ଶ୍ରୀ ଲାଲ୍ ମୋହନ ଲିମ୍ମା , ଗୁମ୍ମା ବ୍ଲକ୍ , ଶ୍ରୀମତୀ ନାରୁସୁ ପାତ୍ର , କାଶୀନଗର ବ୍ଲକ , ଶ୍ରୀମତୀ ଜ୍ୟୋତି ଚୌଧୁରୀ , ଗୋଷଣି ବ୍ଲକ୍ ଓ ଭୌରବୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ , ରାୟଗଡ ବ୍ଲକଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପୁରସ୍କାର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୃହତ୍ ପ୍ରାକୃତିକ ଜଳାଶୟ ଯଥା :- ସମୁନ୍ଦ୍ର , ହ୍ରଦ ଓ ନଦୀ ଇତ୍ୟାଦି ପ୍ରଦୂଷଣ ମୁକ୍ତ ରଖିବା। ସେହିପରି ମତ୍ସ୍ୟ ବଂଶ ଓ ତାହାର ସଂଖ୍ୟା ବୃଦ୍ଧିର ସୁରକ୍ଷା କରିବା। ଛୋଟ ମତ୍ସ୍ୟ ଜିବୀଙ୍କ ଜୀବନ ଜୀବିକାର ସୁରକ୍ଷା କରିବା , ଅତ୍ୟଧିକ ମାଛ ଧରି ମତ୍ସ୍ୟ ବଂଶ ଲୋପ କରିବା ବଦଳରେ ଦୀର୍ଘ କାଳୀନ ସ୍ଥାୟୀ ମତ୍ସ୍ୟ ଚାଷ କରିବାକୁ ପ୍ରାଧାନ୍ୟ ଦେବା। ୧୯୯୭ ମସିହାରେ ୧୮ ଗୋଟି ଦେଶର ମତ୍ସ୍ୟ ବ୍ୟବସାୟ ଓ ମତ୍ସ୍ୟ ଜିବୀ ସଂଘଠନ କର୍ମକର୍ତ୍ତାଙ୍କୁ ନେଇ ନୂଆଦିଲ୍ଲୀ ଠାରେ ଏକାଠି ହୋଇ ବିଶ୍ବ ମତ୍ସ୍ୟ ମଞ୍ଚ ଗଠନ କରିଥିଲେ ଏଵଂ ଜଳାଶୟ ଜଳଜୀବଙ୍କର ସୁରକ୍ଷା ପାଇ ସରକାରଙ୍କୁ ପରାମର୍ଶ ଦେଇଥିଲେ। ୨୦୧୫ ମସିହା ଠାରୁ ଏହି ବିଶ୍ୱ ମତ୍ସ୍ୟ ଦିବସ ପ୍ରତବର୍ଷ ନଭେମ୍ବର ୨୧ ତାରିଖରେ ପାଳନ କରାଯାଉଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସହକାରୀ ମତ୍ସ୍ୟ ଅଧିକାରୀ ଆର.ଉଦୟଗିରି ବ୍ଲକ୍ ସୋନାଲି ମହାପାତ୍ର , ଶ୍ରୀ ସନ୍ତୋଷ କୁମାର ପଣ୍ଡା , ସହକାରୀ ମତ୍ସ୍ୟ ଅଧିକାରୀ କାଶୀନଗର ବ୍ଲକ , ଶ୍ରୀ ନିଲାଞ୍ଚଳ ବେହେରା , ଗୋଷଣୀ ବ୍ଲକ୍ , ଶ୍ରୀ କୃଷ୍ଣ ଚନ୍ଦ୍ର ଶବର , ମୋହନା ବ୍ଲକ , ଶୁଭଶ୍ରୀ ପାଲ , ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ , ମତ୍ସ୍ୟ ଚାଷୀ , ଉଦ୍ୟୋଗୀ ଏବଂ ମହିଳା ସ୍ବୟଂସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ପତି ବୈଠକ ପରିଚାଳନା କରିଥିବା ବେଳେ କର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post