ନୟାଗଡ଼ (ବିଶ୍ଵଜିତ ନାୟକ):- ଆଜି ଅପରାହ୍ନ ୪.୦୦ ଘଣ୍ଟା ସମୟରେ ଜିଲ୍ଲା ପରିଷଦ ସଭାଗୃହ (ସୃଜନ) ଠାରେ ନୟାଗଡ଼ ଜିଲ୍ଲା ମହୋତ୍ସବ ଉପଲକ୍ଷେ ଏକ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ନୟାଗଡ଼ ଡଃ ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ ,ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା , ସମ୍ମାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂଦେବାଶିଷ ପଟ୍ଟନାୟକ , ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରୋଜିନା ଦାସ
ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଜୟାନନ୍ଦ ନାୟକ ,ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ,ଉପ-ଜିଲ୍ଲାପାଳ କର୍ଣଦେଵ ସମାଦାର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଏବର୍ଷ ନୟାଗଡ଼ ଜିଲ୍ଲା ମହୋତ୍ସବ ଡିସେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ନୟାଗଡ଼ ଷ୍ଟାଡିଅମ ରେ ଚାଲୁ ରହିବ । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସ୍ୱାଗତ ଭାଷଣ ରଖିଥିଲେ। ପୂର୍ବବର୍ଷର ପ୍ରୋସିଡିଙ୍ଗ ଉପସ୍ଥାପନା କରିଥିଲେ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଲଗ୍ନଜିତ ରାଉତ। ସମସ୍ତ କମିଟି ବିଷୟରେ ଆଲୋଚନା କରାଯାଇଥିଲା । ଏହାକୁ କିପରି ସରଶ ସୁନ୍ଦର କରାଯାଇପାରିବ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ଵ ନ୍ୟସ୍ତ କରାଗଲା। ବୈଠକରେ ଉପସ୍ଥିତ ବିଭିନ୍ନ ମତାମତ ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ କାର୍ଯ୍ୟକାରୀ କରିବାକୁ ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମାନ୍ୟବର ବିଧାୟକ ନୟାଗଡ଼ କହିଲେ ଜିଲ୍ଲା ମହୋତ୍ସବ ରେ ବିଭିନ୍ନ କମିଟିର ସଦସ୍ୟ ମାନଙ୍କୁ ଇନଭଲଭ ,ନିୟୋଜିତ କରିବା ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ମାନ୍ୟବର ବିଧାୟକ, ଦଶପଲ୍ଲା ଭାଇଚାରାର ମହୋତ୍ସବ ହେଉଛି ଜିଲ୍ଲା ମହୋତ୍ସବ ବୋଲି ମତବ୍ୟକ୍ତ କରିଥିଲେ। ମାନ୍ୟବର ବିଧାୟକ ଖଣ୍ଡପଡ଼ା ମଧ୍ୟ ସହଯୋଗ ପୁର୍ଣ୍ଣ ମାତ୍ରା ରେ ରହିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନନୀୟ ଜିଲ୍ଲାପାଳ ସମସ୍ତ ଙ୍କ ସହାୟତାରେ ପୁର୍ବ ବର୍ଷ ଭଲ ହୋଇଥିଲା ଏବର୍ଷ ଆହୁରି ଭଲ ଭାବେ କରିବା ପାଇଁ ସହଯୋଗ ମାଗିଥିଲେ ।ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.