ବରିଷ୍ଠ ନାଗରିକ ମଞ୍ଚ ସାଧାରଣ ସଭା

3

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ସାଧାରଣ ସଭା ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରତାପ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ, ବାର୍ଦ୍ଧକ୍ୟ ଅଭିଜ୍ଞତାର ଗନ୍ତାଘର ହୋଇଥିବା ବେଳେ ତାହା ଅଭିଶାପ ପାଲଟି ଯାଉଛି। ଭିତ୍ତିଭୂମୀ ବିକାଶ ହୋଇଛି, ବୌଦ୍ଧିକ ବିକାଶ ହୋଇପାରୁ ନାହିଁ। ବରିଷ୍ଠ ନାଗରିକ ମଞ୍ଚ ସଭାପତି ତାଙ୍କ ବ୍ୟକ୍ତବ୍ୟରେ ପ୍ରଶାସନ, ସାମାଜିକ ସୁରକ୍ଷା ବିଭାଗ ଓ ଲୋକ ସମ୍ପର୍କ ବିଭାଗ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସରକାରୀ କାର୍ଯ୍ୟକ୍ରମରେ ସଂଗଠନକୁ ଅଣଦେଖା କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଁ. ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବୈଠକରେ ସମ୍ପାଦକ ଲୋକନାଥ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବରିଷ୍ଠ ସଦସ୍ୟ ବିଶ୍ଵନାଥ ନାୟକଙ୍କ ବରିଷ୍ଠ ନାଗରିକ ମଞ୍ଚ ଗଠନ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ବିଗତ ୨୦ ବର୍ଷ ମଧ୍ୟରେ ନୟାଗଡ଼ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେବା ସହ ଏହାର ଶ୍ରେୟ ନୟାଗଡ଼ ବିଧାୟକଙ୍କୁ ଦେଇଥିଲେ। ସମେତ ଶତାଧିକ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.