ଓଡ଼ଗାଁ, ୨୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ରାଜ୍ୟ ସ୍ତରୀୟ ସ୍କାଉଟ ଗାଇଡ କ୍ୟାମ୍ପ ଉଡାନରେ ଅଂଶଗ୍ରହଣ କରି ସମ୍ମାନିତ ହୋଇଛନ୍ତି । ସୂଚନା କ୍ରମେ ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ତରଫରୁ ଭୁବନେଶ୍ୱର ସ୍କାଉଟ ଗାଇଡ଼ ମୁଖ୍ୟ କାର୍ଯ୍ୟାଳୟ ଠାରେ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଉଡାନ କ୍ୟାମ୍ପରେ ନୟାଗଡ଼ ଜିଲ୍ଲା ସ୍ତରରୁ ଯୋଗ୍ୟ ବିବେଚିତ ହୋଇ ରାଜ୍ୟ ସ୍ତରୀୟ ସ୍କାଉଟ ଗାଇଡ କ୍ୟାମ୍ପ ଉଡାନରେ ଓଡ଼ଗାଁ ବ୍ଳକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ । ଏବଂ ଉକ୍ତ କ୍ୟାମ୍ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଆଦିବାସୀ ନୃତ୍ୟ ମାଧ୍ୟମରେ ପାଠ ପଢିବା, ମଦ ଛାଡିବା ସହିତ ଜଙ୍ଗଲ ନିଜ ମାଟି ମା ହୋଇଥିବାରୁ ଜଙ୍ଗଲ ସୁରକ୍ଷା ଭଳି ଆକର୍ଷଣୀୟ ଅଭିନୟ ମାଧ୍ୟମରେ ଦେଇଥିବା ସଚେତନତା ବାର୍ତ୍ତା ପାଇଁ ପ୍ରଶଂସିତ ହୋଇଥିଲେ । ମାଧ୍ୟମିକ ଶିକ୍ଷା ନିର୍ଦେଶକ ଶ୍ରୀ ବୀରେନ୍ଦ୍ର କୁମାର କୋରକୋରାଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବେଳେ ଭାରତ ସ୍କାଉଟ ଏବଂ ଗାଇଡ଼ର ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ର ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ର ଏବଂ ଓଡିଶା ଭାରତ ସ୍କାଉଟ ଗାଇଡ଼ର ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଉକ୍ତ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟା ରାଣୀ ନାୟକଙ୍କୁ ସ୍ବର୍ଣ୍ଣ ପଦକ ଏବଂ ଅଙ୍କିତା ନାୟକଙ୍କୁ ରୌପ୍ୟ ପଦକ ପ୍ରଦାନ କରି ସମ୍ମାନିତ କରିଛନ୍ତି । ବିଦ୍ୟାଳୟ ସ୍କାଉଟ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ବାବଧାନରେ କ୍ୟାମ୍ପରେ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଶଂସା କରିଛନ୍ତି । ଓଡଗାଁ ଗୋଷ୍ଠି ଶିକ୍ଷାଧିକାରୀ ପିଣ୍ଟୁ କୁମାର ପ୍ରଧାନଙ୍କ ସହିତ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ପାଣ୍ଡେ ଏବଂ ଅତିରିକ୍ତ ଶିକ୍ଷାଧିକାରୀ ଗିତାଞ୍ଜଳୀ ସାହୁ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post