ଅପହରଣ ତଥା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ

3

ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଦୁଷ୍କର୍ମ ତଥା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଶୁଣିବାକୁ ମିଳୁଛି। ସେହି ମଧ୍ୟରେ ଆଜି ଗଜପତି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲାରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି।
ସୂଚନାଯୋଗ୍ୟ, ଗତବର୍ଷ ଆର. ଉଦୟଗିରି ଥାନା ଅନ୍ତର୍ଗତ ଏନ. ଝାଲର ସିଂ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସରିବା ପରେ ଯେତେବେଳେ ପିଡ଼ିତା ନିଜ ଘରକୁ ଫେରି ନଥିଲେ ସେତେବେଳେ ତାଙ୍କ ବାପା ଚାରିଆଡେ ଖୋଜିବା ପରେ ତା ୧୦-୦୧-୨୦୨୪ରେ ଆର. ଉଦୟଗିରି ଥାନାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ହଜିବା ମାମଲା ଦାୟର କରିଥିଲେ। ସବ-ଇନ୍ସପେକ୍ଟର ସ୍ୱପ୍ନାରାଣୀ ବେହେରା ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ପରେ ପିଡ଼ିତାଙ୍କ ବାପା କୌଣସି ସୂତ୍ରରୁ ଖବର ପାଇଲେ ଯେ, ଅଭିଯୁକ୍ତ ଯୁବରାଜ କିଶୋର ପାଣି ଓରଫ ଅମିତ ପାଣି ସେରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମର ନିଜ ଘରେ ପିଡ଼ିତାଙ୍କୁ ଅପହରଣ କରି ବନ୍ଦୀ କରି ରଖିଛି। ପରେ ଆର. ଉଦୟଗିରି ଥାନାର ସହାୟତାରେ ପିଡ଼ିତାଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

Leave A Reply

Your email address will not be published.