ପଦ୍ମପୁର:- ସ୍ଥାନୀୟ ଟାଉନ୍ ହଲ୍ ଠାରେ ଚେତନା ପରିଷଦ ପକ୍ଷରୁ ଝାନ୍ସିରାଣୀ ଲକ୍ଷ୍ମିବାଇ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ହରିଶଙ୍କର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସ୍ନେହା ଆରଗୁଲା ମୁଖ୍ୟ ଅତିଥି , ମଣ୍ଡୋସିଲ ମହାବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ ସିଂ ଠାକୁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଣୀ ଲକ୍ଷ୍ମୀବାଇ ଙ୍କ ଉପରେ ବିସ୍ତୃତ ଭାବେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, ବକ୍ତୃତା, ଝୋଟି, ସାଧାରଣ ଜ୍ଞାନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରକୃତିବନ୍ଧୁ ମୀନକେତନ ସାହୁ, ଚିତ୍ରଶିଳ୍ପୀ ନରେନ୍ଦ୍ର ସାହୁ, ନାରୀ ସଶକ୍ତିକରଣ ପାଇଁ ଜ୍ୟୋତ୍ସ୍ନାରାଣୀ କର ,ସାମ୍ବାଦିକତା ପାଇଁ ନୀଳକଣ୍ଠ ଦୀପ, ଡିଲେଶ୍ୱର ବାଗ, ଶିବାଶିଷ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନାଟ୍ୟକାର ଅଶୋକ ବହିଦାର,ରାଜେନ୍ଦ୍ର ମହାନ୍ତି ବିଚାରକ ଦାୟିତ୍ଵ ତୁଲାଇଥିଲେ।ଅଧ୍ୟାପକ ଡଃ ଦୁର୍ଗାଶିଷ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସଂପାଦକ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post