ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୂଚନାଯୋଗ୍ୟ , ତା ୨୧-୦୫-୨୦୧୫ ରିଖ ଦିନ ଲାବନ୍ୟଗଡ଼ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ଲାବନ୍ୟଗଡ଼ର ରମେଶ ଚନ୍ଦ୍ର ଦଳପତିଙ୍କ ବିରୁଦ୍ଧରେ ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ।
ଏହି ଅଭିଯୋଗ ମୁତାବକ ଅଭିଯୁକ୍ତଜଣଙ୍କ ଜାଲିଆତି , ଠକେଇ ଭଳି କାର୍ଯ୍ୟ କରି ୧୦କୋଟି ଟଙ୍କାର ଏକ ମିଥ୍ୟା ଚେକର ଦଲିଲ ପ୍ରସ୍ତୁତ କରିଛନ୍ତି ଓ ପଇସା ଉଠାଇବାକୁ ଚାହୁଁଛନ୍ତି। ପରେ ଜଣା ପଡିଲା ଯେ, ସେହି ଚେକ ଆଉ ଜଣଙ୍କ ନାମରେ ଆଗରୁ ରହିଛି ଓ ଅଭିଯୁକ୍ତ ଜଣଙ୍କ ଉକ୍ତ କମ୍ପାନୀ ନାମରେ ଜାଲିଆତି କରି ପଇସା ଦେଣନେଣ କରିବାକୁ ଚାହୁଁଥିଲେ। ତେଣୁ ଏ ନେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ମଦନ ମୋହନ ମହାପାତ୍ର ଗାରାବନ୍ଧ ଥାନାରେ ସେ ସମୟରେ ମାମଲା ନମ୍ବର ୨୪ ରେ ଏକ ମାମଲା ଉକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ରୁଜୁ କରିଥିଲେ ଓ ତତ୍କାଳୀନ ଇନ୍ସପେକ୍ଟର ଚାନ୍ଦମଣି ସିଂ, ପ୍ରଶାନ୍ତ କୁମାର ବେହେରା ତଥା ପ୍ରଶାନ୍ତ ଭୂପତି ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।
୧୨ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ବିଭିନ୍ନ ପ୍ରମାଣକୁ ଭିତ୍ତି କରି ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ମାନ୍ୟବର ସିଜେଏମ୍ ତଥା ଆସିଷ୍ଟାଣ୍ଟ ସେସନ ଜଜ୍ ଶ୍ରୀ ନରୋତ୍ତମ ସେଠୀ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୬୭ ଅନୁଯାୟୀ ୫ବର୍ଷ କାରାଦଣ୍ଡ ସହ ଏକ ଲକ୍ଷଟଙ୍କାର ଜୋରିମାନା ତଥା ଧାରା ୪୨୦ ଓ ୫୧୧ ରେ ୧ବର୍ଷ ତଥା ୧୦୦୦୦ ଟଙ୍କାର ଟଙ୍କା ଜୋରିମାନାରେ ଉକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ କାରାଦଣ୍ଡ ଭୋଗ କରିବା ନିମନ୍ତେ ବିଚାରପତି ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଆର. ଉଦୟ ଚନ୍ଦ୍ର ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.