ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ଏନ.ସି.ସି. ୱିଙ୍ଗ୍ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ସମାଜିକ ଦାୟିତ୍ୱ, ମାନବିକ ମୂଲ୍ୟବୋଧ ଓ ଜୀବନ ରକ୍ଷା ସନ୍ଦେଶକୁ ସାର୍ଥକ କରି ବିଶେଷ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲାପାଳ ଓ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ସୋମନାଥ ପ୍ରଧାନ । ସେ ନିଜ ଉଦ୍ବୋଧନରେ କହିଛନ୍ତି ଯେ “ରକ୍ତଦାନ ସର୍ବଶ୍ରେଷ୍ଠ ଦାନ, ଏହା ଦେଇ ଆମେ ଜୀବନକୁ ବଞ୍ଚାଇ ପାରୁଛୁ ।ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ଚିତ୍ତରଞ୍ଜନ ବାରିକ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରକାର ସମାଜମୁଖୀ ସେବାମୂଖୀ କାର୍ଯ୍ୟକଳାପରେ ଅଗ୍ରସର ହେବାକୁ ପ୍ରେରିତ କରିଛନ୍ତି ।ଏହି ଶିବିରରେ ମୋଟ ୭୬ ୟୁନିଟ୍ ରକ୍ତ ସଙ୍ଗ୍ରହ କରାଯାଇଥିବା କଲେଜ ପକ୍ଷରୁ ଏକ ବିଶେଷ ସଫଳତା ମନାଯାଉଛି । ସମଗ୍ର କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଏବଂ ସଂପାଦନା ଏନ.ସି.ସି. ଏ.ଏନ୍.ଓ. ଶ୍ରୀ ସୁଶାନ୍ତ ମାଝିଙ୍କ ଦ୍ୱାରା କରାଯାଇଥିଲା ।ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସକ ଓ ପ୍ରାଣୀଶଳା ଅଧିକାରୀମାନଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ନିୟମାବଳୀ ଓ ସୁରକ୍ଷା ପ୍ରଯୁକ୍ତି ଅନୁସାରେ ରକ୍ତ ସଙ୍ଗ୍ରହ କାର୍ଯ୍ୟ ସଂପାଦନ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ସମାଜସେବା, ଦାୟିତ୍ୱବୋଧ ଓ ମାନବିକତାର ସନ୍ଦେଶ ଦିଆଯାଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା , ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.