ଜଗତସିଂହପୁର,ତା-୧୯.୧୧.୨୦୨୫/ସୁମନ୍ତକୁମାରଦାସ: ଜଗତସିଂହପୁର ଥାନା ଅନ୍ତର୍ଗତ ମଣ୍ଡାସାହି ନିକଟସ୍ଥ ଜାହାନପୁର ଅଞ୍ଚଳର ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୧୩୨ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ରୟାଲ ଏନଫିଲ୍ଡ ମୋଟର ସାଇକେଲ ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ଜାହାନପୁର ଗ୍ରାମର ପ୍ରଶାନ୍ତ କୁମାର ସ୍ବାଇଁ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ ବିଛାଇ ଥିଲା। ସବୁବେଳେ ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ଯରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ବରର ଏକ ଟିମ୍ ଗଠନ ହୋଇଥିଲା। ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ମାଡିବସିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ପ୍ରଶାନ୍ତ କୁମାର ସ୍ବାଇଁ। ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୧୩,୨୦,୦୦୦ ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ଏହି ଅଭିଯାନରେ ଅବକାରୀ ଉପନିରିକ୍ଷିକା ଭାଗ୍ୟଲକ୍ଷ୍ମୀ ଦଳାଇ, ସହକାରୀ ଉପନିରିକ୍ଷିକ ସନ୍ତୋଷ ନାୟକ, ପିନାକୀ ରାଉତରାୟ, କନଷ୍ଟେବଳ ସବିତା ନାୟକ, ସୁକାନ୍ତ ମାଝୀ, ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ।ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ। ସେ କହିଛନ୍ତି ଅବକାରୀ ବିଭାଗ ମୂଳ ପର୍ଯ୍ୟନ୍ତ ଯିବ। ଅଭିଯୁକ୍ତ ଜଣଙ୍କ କେଉଁଠୁ ହେରୋଇନ୍ ଆଣୁଥିଲେ ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟ୍ ସହ ନିଶାବେପାରୀଙ୍କୁ ଜେଲ୍ ରେ ପୁରାଇବାକୁ ଅଣ୍ଟାଭିଢିଛି ଅବକାରୀ ବିଭାଗ।
Sign in
Sign in
Recover your password.
A password will be e-mailed to you.