ଡିସେମ୍ସର ୨୧ ରୁ ୨୩ ଚଇତି ଇଡିତାଲ ୨୦୨୫ ଉତ୍ସବର ପ୍ରସ୍ତୁତି ବୈଠକ ।

3

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆସନ୍ତା ଡିସେମ୍ଵର ମାସ ୨୧ରୁ ୨୩ ପର୍ଯ୍ୟନ୍ତ ଗୁଣପୁର ଉପଖଣ୍ଡର ଲୋକ ମହୋତ୍ସବ ଚଇତି ଇଡିତାଲ ୨୦୨୫ ଅନୁଷ୍ଠିତ ହେବ । ଗୁଣପୁର ସେବା ସମାଜ ସମ୍ମୁଖ ବାଳକ ଉଚ୍ଚ ବିଦ୍ୟାଳୟର ପୁରୁଣା ଖେଳ ପଡ଼ିଆରେ ଆୟୋଜନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଦିନ ଅପରାହ୍ନରେ ଗୁଣପୁର ଟାଉନ ହଲରେ ଉପ ଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି I ତେବେ କିଛି ବ୍ୟକ୍ତି ଜଗନ୍ନାଥ ମନ୍ଦିର କିମ୍ବା କପିଲ ପୁର ନିକଟ ପଡ଼ିଆରେ । ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଏହାକୁ କୌଣସି କାରଣରୁ ଗ୍ରହଣ ଗଠନ କରାଯାଇନଥିଲା I ଉତ୍ସବ ଆୟୋଜନର ବିଭିନ୍ନ କମିଟି କରାଯାଇଥିଲେ ମଧ୍ଯ ସମ୍ପୁର୍ଣ୍ଣ ଉତ୍ସବ ପ୍ରଶାସନିକ ଅଧୂକାରୀ ନେତୃତ୍ୱରେ ରେ କରାଯିବ ବୋଲି ଉପଜିଲ୍ଲାପାଳ ସ୍ପଷ୍ଟ କରିଥିଲେ I ଏଥିରେ ପବ୍ଲିକର ଭୂମିକା ରହିବ ନାହିଁ ବୋଲି ପରୋକ୍ଷରେ ସୂଚନା ଦିଆଯାଇଥିଲା I ଏହି ଅବସରରେ ପ୍ରତିବର୍ଷ ପରି ବିଭିନ୍ନ ପ୍ରତିଯୋଗିତା କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଗାନ୍ଧୀ ବିଶ୍ଵବିଦ୍ୟାଳୟ ର ଉପ ସଭାପତି ଡଃ ଚନ୍ଦ୍ର ଧୂଜ ପଣ୍ଡା,ଗୁଣପୁର ପୌର ପରିଷଦ ର ଅଧ୍ଯକ୍ଷା ମମତା ଗୌଡ଼, ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ଯକ୍ଷ ଶିବ ପ୍ରସାଦ ଗୌଡ , ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର ମଞ୍ଚାସିନ ରହି ଥିବା ବେଳେ ବରିଷ୍ଠ ଓକିଲ ଉମା ଚରଣ ପଟ୍ଟନାୟକ ଜିଆଇସିଏମଏ ସ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ଗମାଙ୍ଗ, ବିଜେପି ନେତା ୱାଈ: ଗଣପତି, ତିରୁପତି ମହାନ୍ତି ଓ ବିଭିନ୍ନ ବର୍ଗ ର ଲୋକ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ପୌର ପାରିଷଦର ନିର୍ବାହୀ ଅଧୂକାର ସନ୍ତୋଷ କୁମାର ନାୟକ ସଂଯୋଜନା ସହ ଧନ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Leave A Reply

Your email address will not be published.