ନଗର କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀ ୧୦୮ତମ ଜୟନ୍ତୀ ପାଳନ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀ ଙ୍କ ୧୦୮ ତମ ଜୟନ୍ତୀ ପାଳନ କରାଯାଇଛି।
ଏହି ଅବସରରେ ପାରଳାଖେମୁଣ୍ଡି କଂଗ୍ରେସ ଭବନ ଠାରେ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀ ଙ୍କ ନୀତି ଆଦର୍ଶ କୁ ନେଇ ଆଜି ଭାରତୀୟ ଜାତୀୟ କଂଗ୍ରେସ ଅନୁପ୍ରାଣିତ ହୋଇ ଦେଶ ଶୃଙ୍ଖଳିତ ଭାବେ ଲୋକେ ଜୀବନ ଜାପନ କରୁଥିଲେ। ଇନ୍ଦିରା ଗାନ୍ଧୀ ଙ୍କୁ ସାଧାରଣ ର ଆଇରନ ଲେଡି ଆଖ୍ୟା ଦେଇ ଥିବା ବେଳେ ତାଙ୍କ କାର୍ଯ୍ୟକ୍ରମ ମଧ୍ୟ ସେହି ପରି ହିଁ ହେଉଥିଲା। ତେଣୁ ଇନ୍ଦିରା ଗାନ୍ଧୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତରେ ଆଜି ମଧ୍ୟ କଂଗ୍ରେସ ଦଳ ପରିଚାଳିତ ହେଉଛି ବୋଲି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଆଜିର ଏହି କାର୍ଯ୍ୟକ୍ରମ ରେ ସଂଗ୍ରାମ ସାହୁ, ଦଣ୍ଡ ପଣ୍ଡା , ସୁମିତ କୁମାର ପାତ୍ର , ନିରାକାର ପାଣିଗ୍ରାହୀ ଲବ ସାହୁ ଏସ ପାପା ରାଓ , ଏ ରବୀକୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।

Leave A Reply

Your email address will not be published.