ଅମାନିଆ ୨ ଚକିଆ ଚାଳକ ୩୯ ହଜାର ତଣ୍ଡ ଗଣିଲେ,

3

ଓଡ଼ଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଓଡ଼ଗାଁ ପୋଲିସ୍ ନଜର ରଖିଥିବା ବେଳେ ସୋମବାର ଏବଂ ମଙ୍ଗଳବାର ୨ ଦିନରେ ୩୯ ହଜାର ଟଙ୍କାର ଜରିମାନା କଟାଯାଇଥିବା ଜଣାପଡିଛି । ବିଶେଷ କରି ଏକାଧିକ ସଂଖ୍ୟାରେ ଯୁବକମାନେ ଏଥିରେ ଫସିଛନ୍ତି । ସାଧାରଣତଃ ହେଲମେଟ ବ୍ୟବହାର କରିନଥିବା, ଅନ୍ୟ ନାମରେ ଥିବା ଗାଡ଼ି ଚଳାଉଥିବା ବେଳେ ଗାଡ଼ି ମାଲିକର ପ୍ରମାଣ ଦେଇ ପାରୁନଥିବା ଏବଂ ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର କରୁଥିବା ଚାଳକଙ୍କ ଉପରେ ଜରିମାନା କଟାଯାଇଛି। ଓଡ଼ଗାଁ ଥାନା ସବ୍ ଇନ୍ସପେକ୍ଟର ଚକ୍ରଧର ସିଂଙ୍କ ନେତୃତ୍ବରେ ଏଏସଆଇ ଟିଟୁବାଳା ବେହେରାଙ୍କ ସହିତ ଅନ୍ୟ ପୋଲିସ୍ କର୍ମଚାରୀ ୨ ଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ମଙ୍ଗଳବାର ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାରକାରୀଙ୍କ ଠାରୁ ୭ ହଜାର ୫ଶହ ଟଙ୍କା ଜରିମାନା କଟାଯାଇଥିବା । ।

Leave A Reply

Your email address will not be published.