ଜଗତସିଂହପୁର,ତା-୧୭.୧୧.୨୦୨୫/ସୁମନ୍ତ କୁମାର ଦାସ: ଗତ ରବିବାର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଜଗତସିଂହପୁର ଶାଖା ଓ କାନାରା ବ୍ୟାଙ୍କ ଡେଙ୍ଗାପୋଲ ଶାଖା ମିଳିତ ଆନୁକୁଲ୍ୟରେ ଏକ ସଫଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମା କୁମାରୀ ସାଗରିକା, ସମ୍ମାନନୀୟ ଅତିଥି ଡକ୍ଟର ପ୍ରିୟନ୍ତ ମେହେର,ବ୍ରହ୍ମା କୁମାରୀ ଚିନ୍ମୟୀ, ବ୍ରହ୍ମା କୁମାରୀ ଉର୍ମିଳା, ବ୍ରହ୍ମା କୁମାରୀ ସୁଷମା, ପଶୁ ଚିକିତ୍ସା ବିଭାଗ ଡେପୁଟି ଡାଇରେକ୍ଟର ଡ.ବ୍ରହ୍ମା କୁମାର ସରୋଜ, ବରିଷ୍ଠ ଭ୍ରାତା ବ୍ରହ୍ମା କୁମାର ମିହିର, କାନାରା ବ୍ୟାଙ୍କ ମ୍ୟାନେଜର ବ୍ରହ୍ମା କୁମାର ସୈlମ୍ୟରଞ୍ଜନ ଦାସ ପ୍ରମୁଖ ରକ୍ତଦାନ ଭଳି ମହାନ ପୂଣ୍ୟକାର୍ଯ୍ୟ ର ଗୁରୁତ୍ଵ ଦର୍ଶାଇଥିଲେ। ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ସହାୟତାରେ ୩୮ ଜଣ ଆଗ୍ରହୀ ରକ୍ତଦାତାଙ୍କୁ ପରୀକ୍ଷା ପରେ ମୋଟ୍ ୨୫ ଜଣଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା। ଶେଷରେ ସେବାକେନ୍ଦ୍ର ର ବ୍ରହ୍ମା କୁମାରୀ ଭଉଣୀମାନେ ପ୍ରଭାତି, ବେବିନା, ଚାନ୍ଦିନୀ, କବିତା, ନିରୁପମା ତଥା ବ୍ରହ୍ମା କୁମାର ଭାଇମାନେ ଜୟନ୍ତ, ହରେକୃଷ୍ଣ, ଶରତ,ଅଜୟ, ଜଗନ୍ନାଥ,ସନାତନ ପ୍ରମୁଖ ସମସ୍ତଙ୍କୁ ଶୁଦ୍ଧ ସ୍ବାଦିଷ୍ଟ ବ୍ରହ୍ମାଭୋଜନ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.