ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଗୋଡ଼, ମୁହଁ, ଓଠ ଓ ଚର୍ମ ଫଟାର ପ୍ରତିରୋଧ ପାଇଁ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତ ଦିନେ ଏହିସବୁ ରୋଗ ଦେଖାଯାଏ, ନିରାକରଣ ପାଇଁ ଶରୀରକୁ ତୈଳାକ୍ତ ସାବୁନ ଦ୍ଵାରା ସଫା ରଖିବେ।ନଡ଼ିଆ ତେଲ ବା ଘିଅ ଗରମ କରି ସେଥିରେ ଝୁଣା ପକାଇ ଲେପ ପ୍ରସ୍ତୁତ କରନ୍ତୁ। ପୁରାଶରୀରକୁ ଘୋଡାଇ ରଖନ୍ତୁ,ଏହି ଲେପ ଫଟା ସ୍ଥାନରେ ଲଗାଇଲେ ଭଲ ହୁଏ। ଓଠରେ ଲଗାଇଲେ ଅଳ୍ପ ଗେରୁ ମିଶାଇବେ ଓଠ ନାଲି ହେବ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରଯାଇଥିଲା। ବରିଷ୍ଠ ସମାଜସେବୀ କେ. ବାଳକୃଷ୍ଣ ପାତ୍ର ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରରେ ଅନୁଷ୍ଠିତ ହେଉଛି ଓ ଏହାର ସୁଯୋଗ ନେବା ପାଇଁ ଡଃ ନକୁଳ ସାହୁ ଅନୁରୋଧ କରିଛନ୍ତି,ଫୋନ 9861450612.
Sign in
Sign in
Recover your password.
A password will be e-mailed to you.