ଅବୈଧ ଚୋରା ପଥର ଚୋରା ଚାଲାଣ, ରାତିଅଧରେପାହାଡ଼ ଉପରେ ପୋଲିସ ପ୍ରଶାସନ ର ଚଢ଼ାଉ, ଆସାମୀ ଫେରାର,

3

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ଶନିବାର ରାତ୍ର ଦଶ ଘଣ୍ଟା ସମୟରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ସହକାରୀ ତହସିଲଦାର ଗଣେଶ ଦଳେଇ ଙ୍କ ସହ ଗାଙ୍ଗପୁର ପୋଲିସ ବେଆଇନ ଭାବେ ପଥର ବ୍ଲାଷ୍ଟ କରି ଚୋରା ଚାଲାଣ କରୁଥିବା ଖଣି ଖାଦାନ ଉପରେ ଅଚାନକ ଚଢ଼ାଉ କରିଥିବା ଜଣାପଡିଛି। ସୂଚନା ମୁତାବକ, ଗାଙ୍ଗପୁର ଥାନା ଧରାକୋଟ ବ୍ଲକ ଅଧିନସ୍ଥ ଥୁରୁଥୁରା ଗ୍ରାମରେ ବେଆଇନ ଭାବେ ପଥର ବ୍ଲାଷ୍ଟିଙ୍ଗ କରି ପଥର ଚୋରାଚାଲାଣ କରୁଥିବା ଖଣି ଖାଦାନ ଉପରେ ମିଳିତ ଭାବେ ଚଢ଼ାଉ କରିଥିଲେ। କିନ୍ତୁ, ଚୋରାଚାଲାଣକାରି ମାନେ କୌଣସି ପ୍ରକାରେ ଖବର ପାଇ କୌଶଳ କ୍ରମେ ସେଠାରୁ ଖସି ପଳେଇଯିବାରେ ସକ୍ଷମ ହୋଇଛନ୍ତି l କେହିବି ଗିରଫ ହୋଇନଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.