ବ୍ରହ୍ମପୁର: ବ୍ରହ୍ମପୁର ସହରର ଗୋଇଲୁଣ୍ଡି ଠାରେ ଅବସ୍ଥିତ ଆର୍ କେ ମଧୁମେହ ଏବଂ ଏଣ୍ଡ୍ରୋକ୍ରିନୋଲଜୀ କେନ୍ଦ୍ରରେ,ଆଜି ମଧୁମେହ ରୋଗ ବିଷୟରେ ଏକ ସଚେତନତା କର୍ମଶାଳା ସହ ପଦଯାତ୍ରାର ଆୟୋଜନ କରାଯାଇଥିଲା | ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଏଣ୍ଡୋକ୍ରିନୋଲୋଜୀ ବିଭାଗର ମୁଖ୍ୟ ପ୍ରଫେସର ଡ. ପି ରବିକୁମାର ଏହି କର୍ମଶାଳାକୁ ଉଦଘାଟନ କରିଥିଲେ.ଉକ୍ତ କର୍ମଶାଳାରେ ପଦ୍ମଶ୍ରୀ ପ୍ରଫେସର୍ କୃଷ୍ଣ ମୋହନ ପାଠୀ, ମୁଖ୍ୟ ଅତିଥି, ପ୍ରଫେସର୍ ନାରାୟଣ ମିଶ୍ର, ମୁଖ୍ୟ ବକ୍ତା,ଶ୍ରୀମତୀ ସୂଜତା ପାଣିଗ୍ରାହୀ ,ଅଧ୍ୟକ୍ଷା ଏସ.ଡି.ମହିଳା ମହାବିଦ୍ୟାଳୟ,ଏବଂ ଡ.ଆଶା ବିଶ୍ଵାଳ ଶିକ୍ଷାବିତ ଉପସ୍ଥିତ ରହି ମଧୁମେହ ରୋଗ ସହିତ ଜୀବନ ବଞ୍ଚିବାର ଶୈଳୀ ଓ ନିୟମିତ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରି ଏହାକୁ କିପରି ପ୍ରତିରୋଧ ସମ୍ପର୍କରେ ଜନସାଧାରଣମାନଙ୍କୁ ପରାମର୍ଶ ଦେଇଥିଲେ।
ପ୍ରଫେସର ଡ. ପି ରବିକୁମାର ଏହି କର୍ମଶାଳାକୁ ପ୍ରାରମ୍ଭିକ ବକ୍ତବ୍ୟରେ ଆଜିର ସମୟରେ ମଧୁମେହ ରୋଗ କିପରି ଏକ ସମସ୍ୟା ଭାବରେ ଉଭା ହୋଇ ଦ୍ରୁତ ଗତିରେ ସମାଜରେ କିପରି କାୟା ବିସ୍ତାର କରି ଚାଲିଛି, ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ମଧୁମେହ ରୋଗ ଦ୍ଵାରା ଭାରତ ବର୍ଷରେ ଆଜି ପ୍ରାୟ ଆଠ କୋଟିରୁ ଊର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା କଥା ଉଲ୍ଲେଖ କରିଥିଲେ।
ଏଥି ସହ ପ୍ରାୟ ତିନି ଶହ ବ୍ୟକ୍ତିଙ୍କ ମାଗଣା ରକ୍ତ ଶର୍କରା ପରୀକ୍ଷା କରିବା ସହ ମଧୁମେହ ରୋଗର ଲକ୍ଷଣ,କାରଣ ଓ ନିରାକରଣ ବିଷୟରେ ସଚେତନ କରାଇବା ସହ ଏକ ଶୋଭାଯାତ୍ରାକୁ ପ୍ରଫେସର କୃଷ୍ଣ ମୋହନ ପାଠୀ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଡଃ ଶଙ୍କର ମାଝୀ, ହରି କୃଷ୍ଣ କୋଠିଆ ଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଯୋଗ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.