କୁରାଳ ଚାରଣ ଶାଖାର ୩୭ତମ ବାର୍ଷିକ ସମ୍ମିଳନୀ

3

ଓଡ଼ଗାଁ,୧୬/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଚାରଣ ଶାଖା ଆନୁକୂଲ୍ୟରେ ଅନୁଷ୍ଠାନର ୩୭ତମ ବାର୍ଷିକ ସମ୍ମିଳନୀ ଶ୍ରୀ ଦଧିବାମନ ଜିଉଙ୍କ ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସକାଳ ସମୟରେ ଚାରଣ ସ୍ବାଗତ ଏବଂ ସମୂହ ସ୍ୱାଧ୍ୟାୟ, ନଗର ସଙ୍କୀର୍ତ୍ତନ, ବିଷ୍ଣୁ ଗାୟତ୍ରୀ ଯଜ୍ଞ ଓ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ୪ର୍ଥରୁ ୧୦ମ ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ସାଧାରଣ ଜ୍ଞାନ(କୁଇଜ୍) ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କଥା ବାଚକ ଚାରଣ ପାର୍ଥ ସାରଥି ମହାନ୍ତିଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ସହିତ ସାମୁହିକ ଗୀତ ଗୋବିନ୍ଦ ପାଠ କରାଯାଇଥିଲା । କାର୍ଯ୍ୟ କ୍ରମରେ ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ ପୁରୀ ଯୁଗ୍ମ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ସଙ୍ଗଠକ ରାମକୃଷ୍ଣ ସାହୁ, ସମ୍ପାଦକ ଡା. ପ୍ରମୋଦ କୁମାର ପାଳ ପ୍ରମୁଖ ଯୋଗଦେଇ ଥିବା ବେଳେ ଚାରଣ ଶୁକଦେବ ମହାରଣାଙ୍କ ଦ୍ଵାରା ମଞ୍ଚ ପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.