କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲାର କାଶୀପୁର ଅଞ୍ଚଳ ଆଜି ଆଲୋକିତ ହେଲା ଏକ ସଚେତନ ମୁହୂର୍ତ୍ତର ସାକ୍ଷୀ ହୋଇ। ମାଇକଞ୍ଚ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅଣ୍ଡିରାକଞ୍ଚ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇ, ଛାତ୍ରଛାତ୍ରୀଙ୍କ ମନେ ସଚେତନତା ଓ ଜ୍ଞାନର ନୂଆ ଆଲୋକ ଜଳାଇ ଦେଲା।
ଥାନା ଅଧିକାରୀ ବିନ୍ଦୁଲତା ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ SI ଅରୁଣ କୁମାର ପାତ୍ର, ବିଦ୍ୟାଳୟ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଞ୍ଚାସୀନ ଥିଲେ।
ବର୍ତ୍ତମାନ ସମୟରେ ମୋବାଇଲ ଓ ସୋସିଆଲ୍ ମିଡିଆର ବଢ଼ୁଥିବା ବ୍ୟବହାର ସହ ଯେପରି ଗତିରେ ସାଇବର ଅପରାଧ ବୃଦ୍ଧି ପାଉଛି, ତାହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ସମସ୍ତଙ୍କୁ ଏକ ସୁସ୍ପଷ୍ଟ ବାର୍ତ୍ତା ଦେଲା—
ଅଜଣା ଫୋନ୍ କଲ୍ ନ ଧରିବା, ହ୍ୱାଟ୍ସଆପରେ ଆସୁଥିବା ଅପରିଚିତ ଲିଙ୍କ ନ ଖୋଲିବା, ଏଟିଏମ୍ କାର୍ଡ ନମ୍ବର ଓ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ କାହାକୁ ନ ଦେବା—ଏହା ଅନ୍ୟ ନୁହେଁ, ନିଜ ସୁରକ୍ଷାର ପ୍ରଥମ ପଦକ୍ଷେପ।
ଶିବିରକୁ ଆଉ ଆକର୍ଷକ କରିଦେଲା ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ—ନାଚ, ଗୀତ ଓ ନାଟକ ମାଧ୍ୟମରେ ସେମାନେ ସାଇବର ସୁରକ୍ଷାର ମହତ୍ତ୍ୱକୁ ମନମୋହକ ଭାବରେ ପ୍ରସ୍ତୁତ କରିଲେ। ମଣେ ହେଉଥିଲା—ସଚେତନତା କେବଳ ସୂଚନା ନୁହେଁ, ଏକ ସୁନ୍ଦର ଅନୁଭବ।
ପୋଲିସ ଓ ବିଦ୍ୟାଳୟ ପକ୍ଷର ସମୁହିକ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଇକଞ୍ଚ ଅଞ୍ଚଳରେ ସାଇବର ସୁରକ୍ଷା ପ୍ରତି ଏକ ନୂତନ ଚେତନା ସୃଷ୍ଟି କରି ଲୋକମାନଙ୍କ ହୃଦୟରେ ନିଶ୍ଚୟ ଏକ ସୁନ୍ଦର ପ୍ରଭାବ ଛାଡ଼ିଗଲା।
Sign in
Sign in
Recover your password.
A password will be e-mailed to you.