କେନ୍ଦୁଝର କଂଗ୍ରେସ ଭବନରେ ନେହେରୁ ଜୟନ୍ତୀ ପାଳନ।

4

 କେନ୍ଦୁଝର,ତା୧୪/୧୧- ଆଜି ଥିଲା ନେହେରୁ ଜୟନ୍ତୀ ଶିଶୁ ଦିବସ, ତେଣୁ ସବୁ ସ୍କୁଲ ତଥା ବିଭିନ୍ନ ଅନୁଷ୍ଠାନରେ ଏହା ପାଳନ କରାଯାଇଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ପଣ୍ଡିତ ଜବାହରଲାଲ ନେହୁରୁ ସେଥିଲେ ରାଷ୍ଟ୍ର ନିର୍ମାତା। ଏହି ମହାନ ରାଷ୍ଟ୍ର ଭକ୍ତ ବେଶୀ ଦିନ ଜେଲରେ ରହିଥିବା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଛାତ୍ରଛାତ୍ରୀଙ୍କ ଲାଗି ଏମ୍ସ, ଆଇଆଇଟି ପରି ଅନୁଷ୍ଠାନ ସହ ଓଡ଼ିଶାରେ ହୀରାକୁଦ ନଦୀବନ୍ଧ ଯୋଜନା, ପାରାଦ୍ୱୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା ଆଦି କରିଥିଲେ। ତେଣୁ ଏହି ମହାନ ଆତ୍ମାକୁ ଜିଲ୍ଲା କଂଗ୍ରେସ ତରଫରୁ ମନେ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଜିଲ୍ଲା କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା, ଲଳିତ କୁମାର ନାୟକ, ଐତିହ୍ୟ ଦିବ୍ୟ ସିଂହ, ଦୀନେଶ ରାଉତ ଆଦି ନେହେରୁଙ୍କ ଫଟୋ ଚିତ୍ର ପୁଷ୍ପ ଧୂପ ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ।

Leave A Reply

Your email address will not be published.