କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡ଼ା ପ୍ରାଣୀ ଚିକିତ୍ସାଳୟ ସମ୍ମୁଖ ପଡ଼ିଆରେ ଆୟୋଜିତ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳାକୁ ନେଇ ଅଞ୍ଚଳରେ ଉତ୍ସାହ ପ୍ରଚୁର ଦେଖିବାକୁ ମିଳିଥିଲା। ପ୍ରାଣୀ ସମ୍ପଦ ବିଭାଗର ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନା, ପ୍ରାଣୀ ସୁରକ୍ଷା ଓ ଦୁଗ୍ଧ-ଗୋ ପାଳନ ସମ୍ବନ୍ଧୀୟ ତଥ୍ୟ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇଲା।ଏହି ମେଳାକୁ ନେଇ ଅଞ୍ଚଳବାସୀ କୃଷକ ଓ ପଶୁପାଳକମାନେ ବହୁ ସଂଖ୍ୟକ ଭାବେ ଯୋଗ ଦେଇଥିଲେ। ବିଭାଗର କର୍ମଚାରୀମାନେ ପ୍ରାଣୀ ଚିକିତ୍ସା, ଭ୍ୟାକସିନେସନ୍, ପଶୁ ସୁରକ୍ଷା ବାବଦରେ ବିଭିନ୍ନ ସୁପାରିଶ ଓ ସହାୟତା ଯୋଗାଇଥିଲେ।
କୃଷକ ମାନଙ୍କ ପାଇଁ ଏପରି ମେଳା ବହୁତ ଉପକାରୀ ବୋଲି ଅଞ୍ଚଳର ପଶୁପାଳକମାନେ କହିଛନ୍ତି। ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ଆଗାମୀ ଦିନରେ ଆଉ ବିଶେଷ ସୁବିଧା ଓ ସଚେତନତା କାର୍ଯ୍ୟକ୍ରମ ହେବାକୁ ଥିବା କଥା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Prev Post