ଓଡ଼ଗାଁ ବ୍ଲକରେ ଅଦ୍ବିକା ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ,

4

କିଶୋରୀ ବାଳିକା ମାନଙ୍କ ପ୍ରତିଭା ଓ ପରାକାଷ୍ଠା ପ୍ରଦର୍ଶନ ପାଇଁ ଏକ ସୁଯୋଗ

ଓଡ଼ଗାଁ,୧୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୁଲ୍ୟରେ ଆୟୋଜିତ ଅଦ୍ବିକା ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତା ୨୦୨୫-୨୬ ବ୍ଳକ୍ ପରିସର ମିଶନ ଶକ୍ତି ସଭା ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ଗାଁ ବ୍ଳକ ସମନ୍ନିତ ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନ କାର୍ଯ୍ୟ କ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବ୍ଳକର ବିଭିନ୍ନ ସେକ୍ଟରରୁ ଅଂଶଗ୍ରହଣ କରିଥିବା କିଶୋରୀ ମାନଙ୍କ ମଧ୍ୟରେ ନାରୀ ସଶକ୍ତିକରଣ ବଷୟକୁ ନେଇ ଏକକ ଅଭିନୟ, ଏକକ କଥାଚିତ୍ର, ଚିତ୍ରାଙ୍କନ ଏବଂ ଡ୍ୟାନସ ପ୍ରତିଯୋଗିତା ସହିତ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ସଫଳତା ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ବାରା ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଲୁକ୍କାୟିତ ପ୍ରତିଭା ମାନଙ୍କର ପରାକାଷ୍ଠା ପ୍ରଦର୍ଶନ ସ୍ଵରୁପ କିଶୋରୀ ମାନେ ଯେ କୈାଣସି କାର୍ଯ୍ୟରେ ନିଜର ନିପୁଣତା ପ୍ରଦର୍ଶନ କରିଥାନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ତରଫରୁ ସୁରକ୍ଷା ଅଧିକାରୀ ଜୟଶ୍ରୀ ପ୍ରଧାନ, ଜିଲ୍ଲା ମହିଳା ସଶକ୍ତି କାରଣ ବିଭାଗର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାସଙ୍କ ସହିତ ବିଶ୍ଵ ପାର୍ଥିବୀ, ସୁଜିତ୍ ପାତ୍ର, ସୁଶ୍ରୀ ସଂଗୀତା ଜେନା, ସର୍ଯ୍ୟକାନ୍ତ ସାହୁଙ୍କ ସହିତ ସୁପରଭାଇଜର, ଜୟଶ୍ରୀ ସାହୁ, କାଜଲ ନାଏକ, ଅନୁପମା ଦାସ, ଶ୍ରଦ୍ଧାଞ୍ଜଳୀ ସାହୁ, ବିଦ୍ୟୁତ୍ ପ୍ରଭା ପରିଡ଼ା ପୋଷଣ ବିସି ଧିରେନ ସେଠୀ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.