ନନ୍ଦିଘୋର ଏବଂ ଆରଡା ପଞ୍ଚାୟତର ୪୦ ପ୍ରତିଶତ ହିତାଧିକାରୀଙ୍କୁ ପାରିଲେନି ରିଲିଫ୍ ଚାଉଳ,

2

 ଓଡ଼ଗାଁ,୧୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ନନ୍ଦିଘୋର ଏବଂ ଆରଡା ପଞ୍ଚାୟତର ୪୦ ପ୍ରତିଶତ ରାସନ୍ ହିତାଧିକାରୀଙ୍କୁ ମିଳିନି ରିଲିଫ୍ ଚାଉଳ।ଏନେଇ ହିତାଧିକାରୀ ମାନେ କ୍ଷୋଭ ପ୍ରକାଶ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଗାମୀ ୪ ଦିନ ମଧ୍ୟରେ ସମସ୍ତ ହିତାଧିକାରୀ ୧୫ କିଲୋ ଲେଖାଏଁ ରିଲିଫ୍ ଚାଉଳ ପାଇବେ ବୋଲି ବ୍ଳକ୍ ଖାଦ୍ୟ ଯୋଗାଣ ଅଧିକାରୀ ମଳୟ ମେହେର କହିଛନ୍ତି।ସୂଚନା ଅନୁସାରେ ନନ୍ଦିଘୋର ଏବଂ ଆରଡା ପଞ୍ଚାୟତରେ ୫/୭ ଦିନ ପୂର୍ବେ ରାଶନ ଚାଉଳ ବଣ୍ଟନ କରାଯାଇଥିବା ବେଳେ ୬୦ ପ୍ରତିଶତ ହିତାଧିକାରୀଙ୍କ ପାଇଁ ଆସିଥିବା ଚାଉଳ ସରିଯାଇଥିଲା।ଫଳରେ ରାସନ୍ ଚାଉଳ ପାଇ ନଥିବା ଅନ୍ୟ ୪୦ ପ୍ରତିଶତ ହିତାଧିକାରୀ ଏନେଇ କ୍ଷୋଭ ପ୍ରକାଶ କରିବା ସହ ରାସନ୍ ସାମଗ୍ରୀ ହେରଫେର ହୋଇଥିବା ନେଇ ଅଭିଯୋଗ କରିଥିଲେ।ନନ୍ଦିଘୋର ପାଇକ ସାହି, ପାଣିଖିଆ ସାହି ହିତାଧିକାରୀ ମାନେ ରିଲିଫ୍ ଚାଉଳ ଆଦୈ। ପାଇନଥିବା ବେଳେ ବାଘେରାସାହି, ନୂଆସାହିର ହିତାଧିକାରୀ ମାନେ ୧୦ କେଜି ଲେଖାଏଁ ପାଇଥିଲେ। ଆରଡା ପଞ୍ଚାୟତରେ ବି ଏହିପରି ଅବସ୍ଥା ଦେଖିବାକୁ ମିଳିଥିଲା। ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସର ରିଲିଫ ରାସନ୍ ସାମଗ୍ରୀ ବଣ୍ଟନ ମେସିନରେ ଦୃଶ୍ୟ ହେଉଥିବା ବେଳେ ସର୍ଭର ସମସ୍ୟା ରହୁଥିବାରୁ ନଭେମ୍ବର ମାସର ସାମଗ୍ରୀ ଅଦୃଶ୍ୟ ରହିଥିଲା।ଫଳରେ ବଣ୍ଟନ ବେଳେ ୪୦ ପ୍ରତିଶତ ହିତାଧିକାରୀ ସାମଗ୍ରୀ ପାଇପାରି ନଥିଲେ।ଏବେ ସର୍ଭର ସମସ୍ୟାର ସମାଧାନ ହୋଇଗଲାଣି।ଆଗାମୀ ପ୍ରାୟ ୩/୪ ଦିନ ମଧ୍ୟରେ ଆଦୌ ପାଇନଥିବା ହିତାଧିକାରୀମାନେ ଏବଂ ଯେଉଁମାନେ ୧୦ କିଲୋ ପାଇଛନ୍ତି, ସମସ୍ତଙ୍କୁ ମୋଟ ୧୫ କିଲୋ ଲେଖାଏଁ ଚାଉଳ ଯୋଗାଇ ଦିଆଯିବ।ଏହା କେବଳ ଓଡ଼ଗାଁ ବ୍ଳକ ସମସ୍ୟା ନୁହେଁ,ସମଗ୍ର ଜିଲ୍ଲାରେ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.