ସୂର୍ଯ୍ୟମଣି ସ୍ମୃତି ସମ୍ମାନ –୨୦୨୫ରେ ସମ୍ମାନୀତ ପଣ୍ଡିତ ରଘୁନାଥ ପାତ୍ର

1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ “ଆଶାବରୀ” ସାଂସ୍କୃତିକ ସମାଜର ଏକ ବିଂଶତିତମ ବାର୍ଷିକ ଉତ୍ସବ ଅବସରରେ ପାରଳାଖେମୁଣ୍ଡି ର ପଣ୍ଡିତ ରଘୁନାଥ ପାତ୍ର ସୂର୍ଯ୍ୟମଣି ସ୍ମୃତି ସମ୍ମାନ –୨୦୨୫ରେ ସମ୍ମାନୀତ ହୋଇଛନ୍ତି। ଗୁରୁଶ୍ରୀ ପାତ୍ରଙ୍କୁ ଅଙ୍ଗବସ୍ତ୍ର ଓ ସ୍ମୃତି ଫଳକ ପ୍ରଦାନ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଶୀତକଣ୍ଠ ଦାଶ ( ଚେୟାରମ୍ୟାନ, କଳିଙ୍ଗ ହସ୍ପିଟାଲ , ଭୁବନେଶ୍ୱର ) , ସମ୍ମାନୀତ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ ଇଂ ପ୍ରଜେଶ ନନ୍ଦିନୀ ଦାଶ , ଇଂ ପ୍ରବୀର କୁମାର ଦାଶ , ଡାକ୍ତର ଅରୁଣ କୁମାର ମହାପାତ୍ର , ଅନୁଷ୍ଠାନର ସମ୍ପାଦକ ସ୍ପନ୍ଦନିକା ପଟ୍ଟନାୟକ , ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଉମେସ ଚନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।
ଅତିଥି ମାନେ ଗୁରୁଶ୍ରୀ ପାତ୍ରଙ୍କ ଓଡିଶୀ ସଂଗୀତ ପ୍ରତି ଅବଦାନର ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଦିର୍ଘଜୀବନ କାମନା କରିଥିଲେ। ଶେଷରେ ଅନୁଷ୍ଠାନର କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ସଙ୍ଗୀତ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.