( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗୋଳନ୍ଥରା ଥାନା ଅର୍ନ୍ତଗତ ହଳଦିଆପଦର ଗ୍ରାମ ର ରିତେଶ ପଟ୍ଟନାୟକ ନାମକ ଜଣେ ଯୁବକ କୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ବଡ଼ବଜାର ଥାନା ଅଞ୍ଚଳର ଜନୈକା ନାବାଳିକା କୁ ଅଭିଯୁକ୍ତ ଯୁବକ ଇନିଷ୍ଟାଗ୍ରାମ୍ ସମ୍ପର୍କରେ ଆସି ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ଭଳି ପରିସ୍ଥିତିରେ ଯୁବକ ଜଣକ ନାବାଳିକା କୁ ବିଭିନ୍ନ ପ୍ରଲୋଭନ ଦେଖାଇ ରେଶମ ନଗରୀ ବ୍ରହ୍ମପୁର ସହରର ଏକ ପାର୍କ କୁ ବୁଲିବାକୁ ନେଇ ଥିଲା ଓ କୌଣସି ଏକ ଲଜ୍ ରେ ରଖି ଶାରୀରିକ ସମ୍ପର୍କ ରଖି ବିବାହ ର ପ୍ରସ୍ତାବ ଦେଇଥିଲା। ପ୍ରଲୋଭନ ଓ ଶାରୀରିକ ସମ୍ପର୍କ ପରେ ନାବାଳିକା ଜଣକ ବିବାହ ଲୋଭରେ ନିଜ ଘରୁ ପ୍ରାୟ ଏକ ଲକ୍ଷ ଟଙ୍କା ଓ ୧୦ ଭରି ସ୍ବର୍ଣ୍ଣ ଅଳଙ୍କାର ଆଣି ରିତେଶ୍ କୁ ଦେଇଥିଲା। କିନ୍ତୁ ରିତେଶ ଉକ୍ତ ନଗଦ ଟଙ୍କା ସହ ନେଇଥିବା ସ୍ବର୍ଣ୍ଣ ଅଳଙ୍କାର କୁ ଗୋଟିଏ ବ୍ୟାଙ୍କରେ ବନ୍ଧା ପକାଇ କିଛି ଲକ୍ଷ ଟଙ୍କା ଉଠାଇ ଆଣି ଆଉ ଧରାଛୁଆଁ ଦେଲା ନାହିଁ। ଓଲଟି ଶାରୀରିକ ସମ୍ପର୍କ ରଖିଥିବା ଭିଡିଓ ପ୍ରଘଟ କରିବାର ଧମକ ଦେଇଥିଲା। ପରିଶେଷରେ ନାବାଳିକା ଜଣକ ପ୍ରତାରଣାର ଶିକାର ହୋଇ ବଡ଼ବଜାର ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ପରେ ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ କରିଛି
Sign in
Sign in
Recover your password.
A password will be e-mailed to you.