ପଦ୍ମପୁର:- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଠାରେ ଅବର୍ଣ୍ଣିଗୁଁଡା ନାଟ୍ୟସଂସଦ ତରଫରୁ ଆୟୋଜିତ ଗନ୍ଧମାର୍ଦନ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବରେ ଭୁବନେଶ୍ୱର,ଦେବଗଡ଼, ସୁନ୍ଦରଗଡ଼, ଜ୍ଞାନ, ଖରିଆର୍ ଓ ପଦ୍ମପୁର ର “ଲୁ” ଅନୁଷ୍ଠାନ ର କଳାକାର ନିଜର କଳା ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଇନଜୀବୀ ସଂଘ ସଭାପତି ରାମରତନ ପୁରୋହିତ ଯୋଗଦେଇ ଉଦ୍ଘାଟନ କରିଥଲେ। ପ୍ରଥମ ସନ୍ଧ୍ୟାରେ ନାଟକ “ମାଗୁଣୀ ର ଶଗଡ଼” ଓ “ଶକୁନ୍ତଳା” ନାଟକ ପ୍ରଦର୍ଶିତ ହୋଇଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସ୍ନେହା ଅରଗୁଲା, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଯୋଗଦେଇଥିଲେ। ପରେ ନାଟକ” ଲୁହର ରଙ୍ଗ ” ଓ “ବାବୁ ଖର୍ଚ୍ଚା” ମଞ୍ଚସ୍ଥ ହୋଇଥିଲା। ଉଦଯାପନୀ ଉତ୍ସବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା, ପ୍ରଫେସର ବାଞ୍ଛାନିଧି ପଣ୍ଡା, ପ୍ରଫେସର ଖଗେଶ୍ବର ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସଭାପତି ଚିନ୍ମୟ କୁମାର ପଣ୍ଡା ସ୍ଵାଗତ ଭାଷଣ ଓ ସଂପାଦକ ଅଶୋକ କୁମାର ବହିଦାର ବିବରଣୀ ପ୍ରଦାନ କରିଥଲେ। ଏହି ଅବସରର ପ୍ରଫେସର କେଶ ରଞ୍ଜନ ପ୍ରଧାନଙ୍କୁ ପ୍ରଥମ ଅବର୍ଣ୍ଣିଗୁଁଡା ନାଟ୍ୟ ସମ୍ମାନ ପ୍ରଦାନ କରାଯିବା ସହିତ ମଞ୍ଚ ନାଟକ ପ୍ରତି ବିଶେଷ ଅବଦାନ ପାଇଁ ଡିଗ୍ରୀ ଲାଲ୍ ମେହେର,ତୁଲସି ବାରିକ,ରୁଦ୍ର ମେହେର,ସୁଶିଲା ନାୟାର୍,ମମତା ଦୀପଙ୍କୁ ସମ୍ମାନିତ କରାଯାଇଥିଲା।
ମଞ୍ଚ ନାଟକର ବିକାଶ ପାଇଁ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ନେତୃତ୍ୱ ନେବା ସହିତ, ଆଗାମୀ କାଲି ଏହାଙ୍କ ଜାତୀୟ ଉତ୍ସବରେପରିଣତ ହେବ ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ ପ୍ରକାଶ କରିଥଲେ।
ପରେ ମନିଷ କୁମାର ରଥଙ୍କ ସଂଯୋଜନାରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଜିତେନ୍ଦ୍ରିୟ ପଟ୍ଟନାୟକଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ ଦାମୁର୍ ଓ ଲୁ ନାଟ୍ୟ ସଂସ୍ଥା ପଦ୍ମପୂର ତରଫରୁ ଦୟାସାଗର ଧରୁଆଙ୍କ ଲିଖିତ ଓ କେଶରଞ୍ଜନ ପ୍ରଧାନଙ୍କ ଦ୍ୱ।ରା ନିର୍ଦ୍ଦେଶିତ ନାଟକ ଅନ୍ଧାରନୁ ଉକିଆ ତକ୍ ମଞ୍ଚସ୍ଥ ହୋଇ
ଉଚ୍ଚ ପ୍ରଶଂସିତ ହୋଇଥିଲା। ଉଭୟ ନାଟ୍ୟ ଦଳର ନିର୍ଦ୍ଦେଶକ ଙ୍କୁ ପଦ୍ମପୁର ଆଇଆଇସି ମମତା ନାୟକ ଓ ବରିଷ୍ଠ ନାଗରିକ ସ଼଼ଂଘର ସଭାପତି ଜୟନାରାୟଣ ତ୍ରିପାଠୀ ସମ୍ପାନିତ କରିଥିଲେ , ସଂସଦର ସହ ସଂପାଦକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ଡ଼ଃ. ପ୍ରଦୀପ କୁମାର ଦୋରା, ବିଦେଶୀ ସାହୁ, ବିଶ୍ରାମ ମେହେର,ଅଶୋକ ମେହେର,ଡିଗ୍ରୀ ଲାଲ ମେହର,ଆଶିଷ ବୈକାର୍,ଟେନେସ୍ ପଣ୍ଡା, ରାଜେଶ ନାୟକ, ଜତିକୃଷ୍ଣ ଶତପଥି, ଗିରିଧାରୀ ସାହୁ,ମୁକେଶ ସାହୁ,ସୁବ୍ରତ ସାହୁ,ସୁଶାନ୍ତ ମହାପାତ୍ର,ପ୍ରେମାନନ୍ଦ ତୁରିଆ, ଶୁଭ୍ରାଂଶୁ ସରାଫ୍ ,ଆଦିତ୍ୟ ବନଛୋର ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post